ନୂଆଦିଲ୍ଲୀ: ଅଧିକାଂଶ ରାଜନୈତି ଦଳ ଓ ନେତାମାନେ ନିର୍ବାଚନ ପୂର୍ବରୁ ଜନତାଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି । ତେବେ ସେ କ୍ଷେତ୍ରରେ ବ୍ୟତିକ୍ରମ ନୁହନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଠ ବର୍ଷ ପୂର୍ବେ ଗତ ୨୦୧୪ରେ ମୋଦି ମଧ୍ୟ ଜନତାଙ୍କୁ ଅନୁରୂପ ଭାବେ ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ପାଳନ କରିନାହାନ୍ତି, ଆଉ କରିବେ କି ନା ତାହା ମାଆ ଗଙ୍ଗେଇ ଜାଣନ୍ତି । ୨୦୧୪ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମୋଦି କହିଥିଲେ ଯେ, ବିଦେଶରୁ କଳାଟଙ୍କା ଆସିବ, ଆଉ ପ୍ରତ୍ୟେକ ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପଠାଯିବ । କୁଆଡ଼େ ଗଲା ସେ ପ୍ରତିଶ୍ରୁତି? ଦିନକୁ ଦିନ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ କମିବାରେ ଲାଗିଛି, ଏହା ନୁହେଁ ତ କାରଣ?
ତେବେ ଏନେଇ ସୂଚନା ଆଇନ ଆଧାରରେ ଗତ ୨୦୧୬ରେ ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ତଥ୍ୟ ମଗାଯାଇଥିଲା । ମାତ୍ର ଆବେଦନକାରୀଙ୍କୁ ଏନେଇ ସମସ୍ତ ତଥ୍ୟ ମିଳିପାରି ନଥିଲା । ସେହପରି ରାଞ୍ଚି ହାଇକୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଜଣେ ଓକିଲ ମାମଲା ଦାୟର କରିଥିଲେ । ବିଜେପି ଲୋକଙ୍କୁ ମିଥ୍ୟା ଆଶ୍ୱାସନା ଦେଇ କ୍ଷମତା ହାତେଇଥିବା ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ତେବେ ପ୍ରତ୍ୟେକ ଆକାଉଣ୍ଟଧାରୀଙ୍କୁ ଉକ୍ତ ଅର୍ଥ ପ୍ରେରଣ କରାଯିବ ବୋଲି କୁହାଯାଇଥିବା ନେଇ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଥିଲା ।
ତେବେ କିଛି ବିଜ୍ଞ ବ୍ୟକ୍ତିଙ୍କ ମତରେ, ଯଦି ସମସ୍ତ କଳାଧନ ଦେଶକୁ ଫେରିଆସେ, ତେବେ ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ପଠାଯିବ । କଳାଧନକୁ ମାଗଣାରେ ଦେଶବାସୀଙ୍କ ମଧ୍ୟରେ ବଣ୍ଟନ ନେଇ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ଟ୍ୟାକ୍ସ ଓ ଜରିମାନା ପଇଠ ପରେ କଳାଧନ ଧନ ଧଳା ହୋଇଯାଏ ଓ ପ୍ରକୃତ ମାଲିକଙ୍କ ପାଖକୁ ଚାଲିଯାଇଥାଏ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ୧୫ ଲକ୍ଷ ପଠାଇବେ, ଏହା ଭାବିବା ଜଣେ ସାଧାରଣ ଲୋକର ଅଶିକ୍ଷାଜନିତ ଲୋଭକୁ ପ୍ରମାଣିତ କରୁଛି ।