fbpx

ଟିମ ଇଣ୍ଡିଆରେ କେବେ ହେବ ଶାମୀଙ୍କ ComeBack? ଚୟନକର୍ତ୍ତା ଦେଲେ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆରେ ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ କମବ୍ୟାକକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆହତ ସମସ୍ୟା ଯୋଗୁଁ ଦଳରୁ ଦୂରେଇ ରହିଥିବା ଶାମୀଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ତେବେ ଏହାମଧ୍ୟରେ ଟିମ ଇଣ୍ଡିଆର ପ୍ରମୁଖ ଚୟନକର୍ତ୍ତା ଅଜିତ ଅଗରକର ଏ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ଶାମୀ ଖୁବଶୀଘ୍ର ଭାରତୀୟ ଦଳକୁ ଫେରିବେ ବୋଲି ସୂଚନା ଦେଇଛନ୍ତି ଅଜିତ ଅଗରକର । ତେବେ ଆସନ୍ତା ମାସ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ଶାମୀ ଦଳକୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି ।

ଆହତ ସମସ୍ୟା ଯୋଗୁଁ ଦିନିକିଆ ବିଶ୍ୱକପ୍-୨୦୨୩ ପରଠାରୁ ଭାରତୀୟ ଦଳରୁ ଦୂରେଇ ରହିଛନ୍ତି ମହମ୍ମଦ ଶାମୀ । ଗୋଡ଼ରେ ଆଘାତ ଯୋଗୁଁ ଶାମୀ ଆଇପିଏଲ ଏବଂ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତେବେ ଦିନିକିଆ ବିଶ୍ୱକପର ‘ସୁପରହିରୋ’ ବର୍ତ୍ତମାନ ପୁଣିଥରେ ବ୍ଲୁ ଜର୍ସିରେ ଦଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏବେ ଶାମୀ ନେଟ୍ସରେ ବୋଲିଂ କରୁଥିବା କହିଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ସେ ନିଜ ବୋଲିଂ ଅଭ୍ୟାସ ଆରମ୍ଭ କରି ସାରିଛନ୍ତି । ତେଣୁ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଚେନ୍ନାଇରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଶାମୀ ଦଳକୁ ଫେରିପାରନ୍ତି ।

ତେବେ ଆହତ ସମସ୍ୟା ପାଇଁ ଶାମୀ ଦିନିକିଆ ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଛନ୍ତି । ଶାମୀଙ୍କ ଫିଟନେସ ସମସ୍ୟାକୁ ଦୃଷ୍ଟିରେ ରଖି ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ନାମ ସାମିଲ କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଏହି ଦଳରୁ ବାଦ୍ ଦିଆଯାଇଥିଲା । ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ମଧ୍ୟ ସେ ଆହତ ସମସ୍ୟା ପାଇଁ ଦୂରେଇ ରହି ନିଜ ସର୍ଜରୀ କରାଇଥିଲେ । ବର୍ତ୍ତମାନ ଏହି ସମସ୍ୟାରୁ ବାହାରି ସେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ଦିନିକିଆ ବିଶ୍ୱରେ ଶାମୀ ମୋଟ ୨୪ଟି ୱିକେଟ ନେଇ ଦଳକୁ ଫାଇନାଲରେ ପ୍ରବେଶ କରାଇଥିଲେ ।

Get real time updates directly on you device, subscribe now.