fbpx

‘ଏହି ମାସ ଶେଷ ସୁଦ୍ଧା ଲୋପ ପାଇବ କରୋନା ଭାଇରସ୍’- ଚୀନର ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ଦାବି

କରୋନା ଭାଇରସର ମୁକାବିଲା ପାଇଁ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏସବୁ କେବେ ଶେଷ ହେବା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ବହୁ ବୈଜ୍ଞାନିକ ଓ ନେତାମାନେ ବି ଏହାର ଶେଷକୁ ଅନାଇ ବସିଛନ୍ତି । ଏହି ସମୟରେ ଆସିଛି ଏକ ଖୁସି ଖବର । ଚୀନର ସବୁଠାରୁ ପ୍ରତିଷ୍ଠିତ ବୈଜ୍ଞାନିକ ଦାବି କରିଛନ୍ତି ଯେ, କରୋନା ଭାଇରସ୍ ଆସନ୍ତା ୪ ସପ୍ତାହ ଅର୍ଥାତ୍ ଏକ ମାସ ମଧ୍ୟରେ ଶେଷ ହେବ ।

ଚୀନର ସବୁଠାରୁ ବଡ ବୈଜ୍ଞାନିକ ଡକ୍ଟର ଜୋଙ୍ଗ ନାନଶାନ କହିଛନ୍ତି ଯେ, ଏପ୍ରିଲ ମାସ ଶେଷ ସୁଦ୍ଧା କରୋନା ଜୀବାଣୁ ନଷ୍ଟ ହେବାରେ ଲାଗିବେ । ଚୀନରେ ମଧ୍ୟ ଏହି ଭାଇରସ୍ ପୁନଃ ସଂକ୍ରମଣ କରିପାରିବ ନାହିଁ । ଚୀନର ଏକ ଟିଭି ଚ୍ୟାନେଲରେ ଦିଆଯାଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ବହୁ ଦେଶ ଗ୍ରହଣ କରିଥିବା ଲକ୍-ଡାଉନ୍ ଏହି ଭାଇରସକୁ ରୋକିବା ପାଇଁ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।’

Get real time updates directly on you device, subscribe now.