fbpx

କେବେ ହେବ ‘ବିଗ ବସ ୧୭’ର ପ୍ରିମିୟର? ଜାଣନ୍ତୁ ଏହାର ତାରିଖ…

AAKASH

ମୁମ୍ବାଇ; ବିଗ ବସ୍‌ର ୨ଟି ଓଟିଟି ଶୋ ପରେ ବର୍ତ୍ତମାନ ସଲମାନ ଖାନ ପୁଣି ଟିଭି ସ୍କ୍ରିନକୁ ଫେରୁଛନ୍ତି । ଏନେଇ ସେ ବିଗବସ୍ ୧୭ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଧିରେ ଧିରେ ଏହାର ଥିମ୍ ଓ କଣ୍ଟେଷ୍ଟ ମାନଙ୍କୁ ନେଇ ବିବରଣୀ ସାମ୍ନାକୁ ଆସିଛି । ଏଥର ବିଗବସରେ ଅନେକ ଟିଭି ସେଲିବ୍ରେଟିଙ୍କ ସହ ବହୁ ଚର୍ଚ୍ଚିତ ପ୍ରତିଯୋଗୀ ଆସିବେ ଯାହାକୁ ନେଇ ଦର୍ଶକ ମାନେ ଉତ୍ସାହିତ ରହିଛନ୍ତି । ତେବେ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ କଲର୍ସ ଟିଭି ଶୋ’ର ଏକ ନୂଆ ପ୍ରୋମୋ ରିଲିଜ କରିଛି। ଏହି ପ୍ରୋମୋରେ ଶୋ’ର ହୋଷ୍ଟ ସଲମାନ ଖାନ ଏହାର ପ୍ରିମିୟରର ତାରିଖ ନିଶ୍ଚିତ କରିଛନ୍ତି।

ଆସନ୍ତା ଅକ୍ଟୋବର ୧୫ରୁ କଲର୍ସରେ ‘ବିଗ ବସ ୧୭’ ଷ୍ଟ୍ରିମ ହେବାକୁ ଯାଉଛି। ବର୍ତ୍ତମାନ ପର୍ୟ୍ୟନ୍ତ ଶୋ’କୁ ଆସୁଥିବା କୌଣସି ସଦସ୍ୟଙ୍କ ବିଷୟରେ ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ଚର୍ଚ୍ଚା ହେଉଛି ଯେ, ଚର୍ଚ୍ଚିତ ଓ ବିବାଦୀୟ ଯୋଡି (ପାକିସ୍ତାନୀ ମହିଳା)ସୀମା ହାଇଦର ଓ ସଚିନ ଏହି ସିଜିନ୍‌ରେ ଅଂଶଗ୍ରହଣ କରିବେ । ସେହିପରି ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ଏହି ଶୋରେ ଅଂଶଗ୍ରହଣ କରିବେ। ଏମାନଙ୍କ ବ୍ୟତୀତ ମୁନାୱାର ଫାରୁକ, ଇଶା ମାଲବ୍ୟ, ଶିଜାନ କାନ, ଅରମାନ ମଲିକ ଏବଂ ଶ୍ରୀ ଫୈଜୁଙ୍କ ଆଗମନ ନେଇ ଚର୍ଚ୍ଚା ରହିଛି । ଏହାପୂର୍ବରୁ ଶୋ’ର ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ଗୁପ୍ତଚର ଶୈଳୀରେ ସଲମାନ ଖାନଙ୍କୁ ଦେଖିବାକୁ ମିଳିଥିଲା।

Watch: Bigg Boss 17 premiere date out. Salman Khan turns detective, poet,  commando - India Today

Get real time updates directly on you device, subscribe now.