fbpx
BJD
BJD SKY
BJD SKY

ଏସିଆନ୍ ଗେମ୍ସ ୨୦୨୩ ପାଇଁ Shillong Chamber Choir ଗାଇଲେ ମନମୋହକ ‘ବନ୍ଦେ ମାତରମ୍’, ଦେଖନ୍ତୁ Video

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୩ ରେ ଡବଲ ରୌପ୍ୟରୁ ମେଡାଲ ଜିତିବା ଆରମ୍ଭ କରିଛି ଭାରତ । ଗୋଟିଏ ପଟେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତୀୟ ମହିଳା ଟିମ୍ ରୌପ୍ୟ ପଦକ ଜିତିଥିବା ବେଳେ ଅନ୍ୟପଟେ ନୌଚାଳନାରେ ପୁରୁଷ ଟିମ୍ ରୌପ୍ୟ ପଦକ ଜିତିଛନ୍ତି । ଏହାରି ମଧ୍ୟରେ ଏସିଆନ୍ ଗେମ୍ସ ୨୦୨୩ ପାଇଁ ମନମୋହକ ‘ବନ୍ଦେ ମାତରମ୍’ ଗୀତ ପ୍ରସ୍ତୁତ କରିଛି Shillong Chamber Choir । ୨ ମିନିଟ ଓ ୧୭ ସେକେଣ୍ଡର ଏହି ଗୀତକୁ ଶୁଣିଲେ ଆପଣଙ୍କ ମନ ମଧ୍ୟ ଉତ୍ସାହିତ ହୋଇଯିବ ।

ତେବେ ଆଦାନୀ ଗ୍ରୁପ୍ ଏସିଆନ୍ ଗେମ୍ସ ୨୦୨୩ ପାଇଁ ଟିମ୍ ଇଣ୍ଡିଆର ହେଉଛି ଅଫିସିଆଲ ସ୍ପନସର । ଆଇକନିକ୍ ଗୀତ ‘ବନ୍ଦେ ଭାରତରମ୍’ ମେଗା କ୍ରୀଡ଼ା ଇଭେଣ୍ଟ ଅଭିଯାନରେ ଦେଶର ଗାରିମାକୁ ଆହୁରି ବଢ଼ାଇଛି ।

ରମିତା, ମେହୁଲି ଘୋଷ ଓ ଆଶି ଚୋକ୍‌ସୀ ୧୦ ମିଟର ଏୟାର ରାଇଫଲ୍‌ରେ ଭାରତ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଛନ୍ତିା ଏସିଆନ୍‌ ଗେମ୍ସ-୨୦୨୩ରେ ଭାରତ ପ୍ରଥମ ଏହି ରୌପ୍ୟ ପଦକ ଜିତିଛି । ସେହିପରି ନୌଚାଳନାରେ ବି ରୌପ୍ୟ ପଦକ ହାସଲ କରିଛି ଭାରତ । ରୋଇଂ ଲାଇଟୱେଟ୍ ପୁରୁଷ ଡବଲ୍‌ ସ୍କଲସ୍‌ରେ ଅର୍ଜୁନ୍ ଲାଲ୍ ଜଟ୍‌ ଓ ଅରବିନ୍ଦ ସିଂ ରୌପ୍ୟ ଜିତିଛନ୍ତିା ଉଭୟ ଭାରତ ପାଇଁ ଏସିଆନ୍‌ ଗେମ୍ସରେ ଦ୍ୱିତୀୟ ପଦକ ଆଣିଛନ୍ତି। ଅନ୍ୟପକ୍ଷେ, ବାବୁ ଲାଲ୍‌ ଯାଦବ ଓ ଲେଖ୍‌ ରାମ ଭାରତ ପାଇଁ ରୋଇଂରେ ଦ୍ୱିତୀୟ ମେଡାଲ୍‌ ଆଣିବା ସହ ଭାରତ ପାଇଁ ତୃତୀୟ ପଦକ ଅର୍ଥାତ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

Get real time updates directly on you device, subscribe now.