fbpx

ନିର୍ଭୟା ମାମଲା: ଘର ତାଲା ପକାଇ କୁଆଡେ ଯାଇଛନ୍ତି ପୱନ ଜଲ୍ଲାଦର ପରିବାର?

ନୂଆଦିଲ୍ଲୀ,୨୧ ।୩: ନିର୍ଭୟା ମାମଲାରେ ୪ ସଇତାନଙ୍କୁ ଫାଶୀ ଦେବାର ଗୋଟିଏ ଦିନ ପୂର୍ବରୁ ପୱନ ଜଲ୍ଲାଦର ଘରେ ତାଲା ଝୁଲୁଥିଲା । ପୱନ ଦିଲ୍ଲୀର ତିହାର ଜେଲକୁ ଆସିଯାଇଥିବା ବେଳେ ତାଙ୍କ ପରିବାର ପଡୋଶୀଙ୍କୁ କିଛି ନକହି କୁଆଡେ ପଳାଇ ଯାଇଛନ୍ତି । ଦୁଇ ଦିନ ପର୍ଯ୍ୟନ୍ତ ଘର ବାହାରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ପୋଲିସ ପୱନଙ୍କୁ ତାଙ୍କ ଘରେ ଛାଡିଦେଇଥିଲା । ପଡୋଶୀଙ୍କ ସହ କିଛି ବି କଥାବାର୍ତ୍ତା ନହୋଇ ପୱନ ଘରେ ଭିତରେ ନିଜକୁ ବନ୍ଦ କରିଦେଇଥିଲେ । ଏହା ପରେ ସକାଳ ହେବାରୁ ପୁଣି ଘରେ ତାଲା ପକାଇ ସେ କୁଆଡେ ଚାଲିଯାଇଥିଲେ । ଏସବୁ କରିବା ପାଇଁ ପୂର୍ବରୁ ପୱନ ଯୋଜନା କରିଥିଲେ । ଏପରି କରିବା ପଛରେ ବଡ କାରଣ ଥିବା ମଧ୍ୟ ସେ କହିଛନ୍ତି ।

ତେବେ ମିରଟର ଲୋହିଆ ନଗରରେ ପୱନ ଜଲ୍ଲାଦର ଘର । ଶୁକ୍ରବାର ସକାଳ ୫.୩୦ରେ ନିର୍ଭୟା ସଇତାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପରେ ସେ ବିଳମ୍ବିତ ରାତିରେ ଘରକୁ ଆସିଥିଲା । ପଡୋଶୀ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ପୱନ ତିହାର ଜେଲ ଯାଉଥିଲେ ଓ ସେଠାରେ ତାଙ୍କୁ କୁହାଯାଉଥିଲା ଯେ ଫାଶୀ ହେବା ପରେ ଆପଣ କାହା ସହ ଦେଖା ବା କଥା ହେବେ ନାହିଁ ।

ଅନେକ ଦିନ ପର୍ଯ୍ୟନ୍ତ ମନେ ପଡେ ଫାଶୀର ଦୃଶ୍ୟ

ତିହାର ଜେଲ ଯିବାକୁ ପୂର୍ବରୁ ପୱନ ଏକ ସାକ୍ଷାତକାରରେ କହିଥିଲେ ଯେ, ଫାଶୀର ପ୍ରସ୍ତୁତି ରାତି ୧ଟାରୁ ଆରମ୍ଭ ହୁଏ । ଫାଶୀ ଦେବା ସମୟରେ କୌଣସି ବ୍ୟକ୍ତି ସାଧାରଣ ରହିନଥାଏ । ପରେ ସେମାନଙ୍କ ଚେହେରାରେ କଳା କପଡା ଘୋରାଇ ଦିଆଯାଏ । ଗୋଡ ବାନ୍ଧିବା ଓ ବେକରେ ଦଉଡି ଲଗାଇବା ପରେ ଲିଭର ଟାଣି ଫାଶୀ ଦିଆଯାଏ ।’

ସେ କହିଛନ୍ତି ଯେ, ‘୫ ଘଣ୍ଟାର ସେହି କାର୍ଯ୍ୟ ମନରେ ରହିଯାଏ, ଫଳରେ ଫାଶୀ ଦେବାର ବହୁ ଦିନ ପର୍ଯ୍ୟନ୍ତ ବି ଆଖି ସାମ୍ନାରେ ସେହି ଦୃଶ୍ୟ ଆସିଥାଏ । ଦୋଷୀମାନଙ୍କ ଆଖି ଓ ଚେହେରାର ଦୃଶ୍ୟ ବହୁ ଦିନ ପର୍ଯ୍ୟନ୍ତ ମନେପଡେ । ସେଥିପାଇଁ ଫାଶୀ ପରେ କାହା ସହ କଥାବାର୍ତ୍ତା କରିବାକୁ ମନ ହୁଏ ନାହିଁ ।’

Get real time updates directly on you device, subscribe now.