fbpx

କେଉଁ ସ୍ଥାନରେ ରହିଛି ଭାରତ-ପାକିସ୍ତାନର ପରମାଣୁ ହତିଆର? ଡାଟା ସେୟାର କଲେ ଉଭୟ ଦେଶ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ନୂଆ ରୂପ ନେଇଛି । ଉଭୟ ଦେଶ ନିଜ ନିଜର ପରମାଣୁ ହତିଆର ଠିକଣା ପରସ୍ପରକୁ ହସ୍ତାନ୍ତର କରିଛନ୍ତି । ଭାରତ-ପାକିସ୍ତାନ ପରସ୍ପରର ସବୁଠାରୁ ବଡ଼ ଶତ୍ରୁ ରାଷ୍ଟ ବୋଲି କୁହାଯାଏ । ଉଭୟ ଦଶେ ମଧ୍ୟରେ ଅଧିକାଂଶ ସମୟରେ ତିକ୍ତତା ଲାଗି ରହୁଥିବା ମଧ୍ୟ ଦେଖାଯାଇଛି । ଏଭଳି ସ୍ଥିତିରେ ପରସ୍ପର ମଧ୍ୟରେ ଏଭଳି ପରମାଣୁ ହତିଆର ଠିକଣା ଲିଷ୍ଟ ସେୟାର କରିବାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ତେବେ ଉଭୟ ଦେଶ ମଧ୍ୟରେ ଏହି ଲିଷ୍ଟ ସେୟାର କରିବାର ମୁଖ୍ୟ କାରଣ ମଧ୍ୟ ଏବେ ଜାଣିବାକୁ ମିଳିଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ଉଭୟ ଦେଶ ମଧ୍ୟରେ ତିକ୍ତତା ଭିତରେ ୧୯୯୨ ମସିହାରେ ଏକ ଚୁକ୍ତି ହୋଇଥିଲା । ଉଭୟ ଦେଶ ପରସ୍ପରକୁ ନିଜର ପରମାଣୁ ପ୍ରତିଷ୍ଠାନଗୁଡ଼ିକର ତାଲିକା ସେୟାର କରିଥିଲେ । ଦୀର୍ଘ ବର୍ଷରୁ ଜାରି ରହିଥିବା ଏହି ପରମ୍ପରା ଚଳିତବର୍ଷ ମଧ୍ୟ ଲାଗୁ ହୋଇଛି । ନୂଆଦିଲ୍ଲୀ ଏବଂ ଇସଲାମାବାଦରେ ରାଜନୈତିକ ଚାନେଲ ମାଧ୍ୟମରେ ନିଜ ନିଜ ଦେଶର ପରମାଣୁ ପ୍ରତିଷ୍ଠାନଗୁଡ଼ିକର ତାଲିକା ହସ୍ତାନ୍ତର କରିଛନ୍ତି । ଏହାଦ୍ୱାରା ଏହି ପରମାଣୁ ପ୍ରତିଷ୍ଠାନ ଗୁଡ଼ିକରେ କୌଣସି ବି ପରିସ୍ଥିତିରେ ଉଭୟ ଦେଶ ଆକ୍ରମଣ କରିପାରିବେ ନାହିଁ । ପରମାଣୁ ପ୍ରତିଷ୍ଠାନରେ ଆକ୍ରମଣକୁ ରୋକିବା ପାଇଁ ଏହି ଚୁକ୍ତି କରାଯାଇଛି ।

୧୯୮୮ ମସିହା ଡିସେମ୍ବର ୩୧ ତାରିଖରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିବା ବେଳେ ୧୯୯୧ ମସିହା ଜାନୁୟାରୀ ୨୭ ତାରିଖରେ ଏହା ଲାଗୁ ହୋଇଥିଲା । ଏଥିରେ କୁହାଯାଇଛି ଯେ, ଭାରତ ଏବଂ ପାକିସ୍ତାନ ପ୍ରତିବର୍ଷର ପ୍ରଥମ ଦିନରେ ଆଗକୁ ଆସୁଥିବା ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧା ସମ୍ପର୍କରେ ପରସ୍ପରକୁ ସୂଚନା ଦେବେ । ତେବେ ଚଳତବର୍ଷ ଏହା ୩୩ତମ ଥର ପାଇଁ ଉଭୟ ଦେଶ ପରସ୍ପର ମଧ୍ୟରେ ପରମାଣୁ ପ୍ରତିଷ୍ଠାନ ତାଲିକା ସେୟାର କରିଛନ୍ତି ।

Get real time updates directly on you device, subscribe now.