fbpx

କେଉଁ କେଉଁଠି ବ୍ୟବହାର ହେଉଛି ଆପଣଙ୍କ ଆଧାର କାର୍ଡ? ଘରେ ବସି କରନ୍ତୁ ଚେକ୍

AAKASH

ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ଏକ ଜରୁରୀ ପ୍ରମାଣ ପତ୍ର । ବର୍ତ୍ତମାନ ସମୟରେ କୌଣସି ବି ଆର୍ଥିକ ନେଣ ଦେଣ କାମ ବିନା ଆଧାର କାର୍ଡରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ଗାଡ଼ି କିଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଆମେ ଆଧାର କାର୍ଡକୁ ବ୍ୟବହାର କରୁଛୁ । ତେବେ ଏହିଭଳି ଏକ ଜରୁରୀ ପ୍ରମାଣ ପତ୍ରକୁ ଆପଣ ମାନେ ଖୁବ୍ ସାଇତିକି ରଖିଥାନ୍ତି । ହେଲେ କଣ ଆପଣ ଏହା ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି ଆପଣଙ୍କ ଆଧାର କାର୍ଡ ନମ୍ବର କେଉଁ କେଉଁ ଠି ବ୍ୟବହୃତ ହେଉଛି? ତାହା ପୁଣି ଆପଣଙ୍କ ଅଜାଣତରେ । ତେବେ ଆଜି ଆମେ ଜାଣିବା କେଉଁ ଉପାୟରେ ଆପର ଜାଣିବେ ଯେ, ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ଆଧାର କେଉଁ କେଉଁ କାର୍ଯ୍ୟରେ ବ୍ୟବହାର ହେଉଛି ।

ଆଧାର ଅଥଣ୍ଟିକେସନ୍ ହିଷ୍ଟ୍ରୀ କିପରି ଚେକ୍ କରିବେ ?

୧. ପ୍ରଥମେ ଆପଣ ଆଧାର ନମ୍ବର ଜାରି କରୁଥିବା ସଂସ୍ଥା ୟୁଆଇଡିଏଆଇ ର ଅଫିସିଆଲ୍ ୱେବସାଇଟ୍ https://resident.uidai.gov.in କୁ ଯାଆନ୍ତୁ । ଏହାପରେ ଆଧାର ଅଥଣ୍ଟିକେସନ୍ ହିଷ୍ଟ୍ରୀରେ କ୍ଲିକ୍ କରନ୍ତୁ ।
୨. ଏଠାରେ ଆପଣ ନିଜର ଆଧାର ନମ୍ବର ଓ ସିକ୍ୟୁରିଠି କୋଡ୍ କୁ ଭରନ୍ତୁ । ଏହାପରେ ଜେନେରେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ ।
୩. ଓଟିପି ଭରିବା ପରେ ସୂଚନା ଅବଧି ଏବଂ ଟ୍ରାନଜାକ୍ସନ୍ ନମ୍ବର ଦେବାକୁ ହେବ । ଏବେ ଚୟନ କରିଥିବା ବା ସମୟ ସୀମାରେ ଅଥଣ୍ଟିକେସନ୍ ଅନୁରୋଧର ସବୁ ବିବରଣୀ ସ୍କ୍ରିନ୍ ରେ ଦେଖିବାକୁ ପାଇବେ ।

 

Get real time updates directly on you device, subscribe now.