fbpx
BJD
BJD SKY
BJD SKY

ଅଶ୍ୱିନୀଙ୍କୁ କାହିଁକି ରଖାଗଲା ବାହାରେ, ଷଷ୍ଠ ବୋଲର କୁଆଡ଼େ ଗଲେ: ଫର୍ମରେ ଥାଇ ବି ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପରେ ପଦାର୍ପଣ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ପ୍ରଥମ ଥର ପାଇଁ ଭାରତ ଏକ ବିଶ୍ୱକପ ମ୍ୟାଚରେ ପାକ ଠାରୁ ପରାସ୍ତ ହୋଇଛି । ତେବେ ଏହି ପରାଜୟ ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ବିଭିନ୍ନ ମହଲରୁ ଖୋଜାଯାଉଛି ପରାଜୟ କାରଣ । ଟିମ୍ ଇଣ୍ଡିଆ ଭଲ ଫର୍ମରେ ରହି ମଧ୍ୟ ଏକତରଫା ଭାବେ ଆଣ୍ଠେଇ ପଡ଼ିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କ୍ରୀଡ଼ାପ୍ରେମୀ । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସମସ୍ତଙ୍କ ମନରେ ।

ଟି-୨୦କୁ ଚାରି ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ଦଳରେ ସାମିଲ କରାଯାଇନଥିଲା । ୱାର୍ମ-ଅପ୍ ମ୍ୟାଚରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ପାକିସ୍ତାନ ବିପକ୍ଷରେ ଦଳ ଚାପରେ ରହିବ ଜାଣି ସୁଦ୍ଧା ଅଶ୍ୱିନଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦିଆଯାଇଥିଲା କାହିଁକି? ଟିମ୍ ଇଣ୍ଡିଆର ୫ ଜଣ ବୋଲର ପାକ ବିପକ୍ଷରେ ଅସଫଳ ହେବା ପରେ ଷଷ୍ଠ ବୋଲରର ଆବଶ୍ୟକତା ପଡ଼ିଥିଲା, ଯାହାକି ଭାରତର ଏକ ଦୁର୍ବଳ ରଣନୀତି ଥିଲା । ପାକ୍ ବିପକ୍ଷରେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଫେଲ ହୋଇଥିଲେ । କେଏଲ ରାହୁଲ ଓ ରୋହିତ ଶର୍ମା ବଡ଼ ସ୍କୋର କରିବାରେ ଅକ୍ଷମ ହୋଇଥିଲେ । ଏଭଳି ସ୍ଥିତିରେ ଅଧିନାୟକ ବିରାଟ କୋହଲିଙ୍କୁ ମଙ୍ଗ ଧରିବାକୁ ପଡ଼ିଥିଲା । ତେବେ ବିରାଟ ସ୍ଥିତି ସମ୍ଭାଳିଥିଲେ ହେଁ ତାଙ୍କ ସହ କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ ତିଷ୍ଠି ପାରିନଥିଲେ । ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ମିଡଲ ଅର୍ଡରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ତେବେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରତିପକ୍ଷଙ୍କ ଆଗରେ ଆଣ୍ଠେଇ ପଡ଼ିଥିବାରୁ ପରବର୍ତ୍ତୀ ମ୍ୟାଚରେ ପ୍ଲେଇଂ-୧୧ରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.