fbpx

ଇଣ୍ଟରନ୍ୟାସନାଲ୍ ଯାତ୍ରୀଙ୍କ ପାଇଁ ହଟିଲା ଭାରତରେ କ୍ୱାରେନଣ୍ଟାଇନ ନିୟମ, ଲାଗୁ ହେଲା ନୂତନ ନିର୍ଦ୍ଦେଶାବଳୀ ; ଜାଣନ୍ତୁ କଣ ରହିଛି…

ନୂଆଦିଲ୍ଲୀ: ଭାରତ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଲାଗୁ କରିଛନ୍ତି । ଏହା ଅଧୀନରେ ଟିକାକରଣ କରାଯାଇଥିବା ଦେଶର ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ ନାହିଁ, ଯେଉଁ ମାନଙ୍କ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ୱୀକୃତି ମିଳିସାରିଛି । ଏବେ ଏହି ଯାତ୍ରୀ ମାନଙ୍କୁ ଭାରତରେ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ ନାହିଁ । ତେବେ ସେମାନେ କେବଳ କୋଭିଡ୍-୧୯ର ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ଦେଖାଇବେ ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍ ର ପ୍ରଭାବ ଲଗାତର କମ୍ ହେବାରେ ଲାଗିଛି । ଅନେକ ଦେଶରେ ସଂକ୍ରମଣର ଗ୍ରାଫ୍ ହ୍ରାସ ପାଇଛି । ଭାଇରସର ଲଗାତର ସ୍ୱରୁପ ପରିବର୍ତ୍ତନ ହେବା କାରଣରୁ ସୃଷ୍ଟି ହୋଇଥିବା SARS-coV-2 ଭାରିଆଣ୍ଟ୍ ଉପରେ ମଧ୍ୟ ତିଖ୍ନ ନଜର ରଖାଯିବ ।

ତେବେ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ, ଯେଉଁ ଯାତ୍ରୀ ମାନେ ଟିକା ନେଇନାହାନ୍ତି ସେମାନଙ୍କ କୋଭିଡ୍ ଯାଞ୍ଚ ପାଇଁ ସାମ୍ପଲ୍ ଦେବାକୁ ହେବ ଏବଂ ସେମାନଙ୍କୁ ବିମାନବନ୍ଦରରୁ ବାହାରକୁ ଯିବାକୁ ଦିଆଯିବ । ସେମାନଙ୍କୁ ୭ ଦିନ ଯାଏ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ହେବ । ଦ୍ୱିତୀୟ ଟେଷ୍ଟ କରାଇବା ପରେ ଯଦି ରିପୋର୍ଟ ନେଗେଟିଭ୍ ଆସୁଛି ତାହେଲେ ସେମାନେ ନିଜ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ ।

ଖାଲି ସେତିକି ନୁହେଁ ଯାତ୍ରୀଙ୍କ ସହିତ ଏଣ୍ଟ୍ରୀ ପଏଣ୍ଟ୍ସ ରେ ଠିଆ ହେଉଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ପାଇଁ ମଧ୍ୟ ପ୍ରୋଟୋକଲ୍ ଦିଆଯାଇଛି । ତେବେ ଏହି ନୁତନ ନିର୍ଦ୍ଦେଶାବଳୀ ଆଜି ଠାରୁ ଅର୍ଥାତ୍ ସୋମବାର ଠାରୁ ଲାଗୁ ହେବ । ତେବେ ଏହିସବୁ ନିୟମର ସଠିକ୍ ଭାବରେ ପାଳନ ହେଉଛି କି ନାହିଁ ତା ମଧ୍ୟ ସମୀକ୍ଷା କରାଯିବ । ଦିଶାନିର୍ଦ୍ଦେଶ ଅନୁସାରେ, ଯାତ୍ରା ପାଇଁ ପ୍ଲାନ୍ କରିବା ସମୟରେ ସବୁ ଯାତ୍ରୀଙ୍କୁ ନିର୍ଦ୍ଦାରିତ ଯାତ୍ରା ପୂର୍ବରୁ ଅନଲାଇନ୍ ବିମାନ ସୁବିଧା ପୋର୍ଟାଲରେ ଏକ ସ୍ୱଘୋଷଣା ପତ୍ର ଜମା କରିବାକୁ ହେବ ଏବଂ କୋଭିଡ୍ ନେଗେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ହେବ । ଏହି ଟେଷ୍ଟ୍ ରିପୋର୍ଟ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବର ହୋଇଥିବା ଦରକାର ।

 

Get real time updates directly on you device, subscribe now.