fbpx
BSKY
BJD MC SKY
BJD YOUTH SKY

କରୋନା ସଂକ୍ରମଣ ଶିଥିଳ ପଡ଼ିଯାଇଥିଲେ ହେଁ ବିପଦ ସମ୍ପୂର୍ଣ୍ଣ ହଟିନାହିଁ: ତେବେ ତୃତୀୟ ଲହର ଆସିବ କି ନା ଏନେଇ କ’ଣ କହିଲେ ICMR ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରେ କରୋନାର ସ୍ଥିତିରେ ସାମାନ୍ୟ ସ୍ଥାଣୁତା ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ସମଗ୍ର ଦେଶରେ ଟିକାକରଣ ପ୍ରକ୍ରିୟା ପ୍ରାୟ ୧୦୦ କୋଟିରେ ପହଞ୍ଚି ସାରିଲାଣି । ତେବେ ଗତ ମାର୍ଚ୍ଚ ମାସରେ କରୋନାର ଦ୍ୱିତୀୟ ଲହର ଆସିବା ପରେ ତୃତୀୟ ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । ତେବେ ସଂକ୍ରମଣ ନିମ୍ନମୁଖୀ ହୋଇଥିଲେ ହେଁ ଆଗକୁ ପର୍ବପର୍ବାଣି ଆସୁଥିବାରୁ ନିୟମ ନ ମାନିଲେ ତୃତୀୟ ଲହର ଆସିପାରେ । ଏହା ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ପ୍ରକୋପ ଦେଖାଇବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ତେବେ ଏନେଇ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ବିଶେଷଜ୍ଞ ତଥା କୋଭିଡ-୧୯ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଡା. ଏନ.କେ ଅରୋରା ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶରେ କରୋନାକୁ ନେଇ ଭଲ ଖବର ଆସିଛି, ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ । କରୋନା ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବା ବା ନୂଆ ଲହର ଆସିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । ତେବେ ତୃତୀୟ ଲହର ଆସିନପାରେ, ଯଦି ଆସିବ ତା’ର ପ୍ରଭାବ ବହୁତ କମ୍ ରହିପାରେ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ ବହୁତ କମ୍ ରହିବ । ତେବେ ଏହା ପଛରେ ଅନେକ କାରଣ ରହିଛି । ଭାରତରେ ଟିକାକରଣ ପ୍ରକ୍ରିୟା ୧୦୦ କୋଟି ଛୁଇଁବାକୁ ଆଉ ମାତ୍ର ୧୦-୧୨ ଦିନ ଲାଗିବ । ସେମାନଙ୍କ ମଧ୍ୟରୁ ୭୫ କୋଟି ଲୋକ କୋଭିଡ୍ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇ ସାରିଛନ୍ତି, ଯାହାକି ସେମାନଙ୍କୁ ବୀମାରୁ ବଞ୍ଚାଇବାରେ ସହାୟକ ହେବ । ଆଗକୁ ୧୫୦ କୋଟି ଓ ପରେ ୧୮୦ କୋଟି ଲୋକଙ୍କୁ ଟିକାକରଣ କରାଇବା ସରକାରଙ୍କ ଲକ୍ଷ୍ୟ ରହିଛି । ବିଗତ କିଛି ଦିନ ହେଲା କରୋନାର ନୂଆ ଭାରିଆଣ୍ଟ ସାମନାକୁ ଆସିନାହିଁ । ତେବେ ଲୋକମାନେ ହାତକୁ ସାନିଟାଇଜ୍ କରିବା ସହ ମାସ୍କ ପିନ୍ଧିବା ପ୍ରକ୍ରିୟା ଜାରି ରଖିବା ଦରକାର । ସେହିପରି ସର୍ବସାଧାରଣ ସ୍ଥାନକୁ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଜରୁରୀ । ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏହିପରି ଭାବେ ସାବଧାନତାର ସହ କୋଭିଡ୍ ନିୟମକୁ ମାନି ଚଳିଲେ କରୋନା ବିପଦକୁ ସହଜରେ ଏଡ଼ାଇ ଦେଇହେବ ବୋଲି କହିଛନ୍ତି ।

Get real time updates directly on you device, subscribe now.