fbpx

ଭାରତ ସରକାରଙ୍କ ସହ ପ୍ରଥମଥର କଥା ହେଲା ତାଲିବାନ୍, ବିମାନ ସେବା ପାଇଁ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପରେ ତାଲିବାନ୍ ପ୍ରଥମଥର ପାଇଁ ଆନୁଷ୍ଠାନିକ ଭାବେ ଭାରତ ସହ କଥା ହୋଇଛି । ୨ ଦେଶ ମଧ୍ୟରେ ବିମାନ ସେବା ପୁଣି ଆରମ୍ଭ କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଛି ତାଲିବାନ୍ । ୨ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ତାଲିବାନ୍ କହିଛି ଯେ, ଯାତ୍ରୀଙ୍କ ଗତିବିଧି ପାଇଁ ବିମାନ ଉଡ଼ାଣ ଆବଶ୍ୟକ ।

ତେବେ ପ୍ରଥମ ଥର ପାଇଁ ତାଲିବାନ୍ ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କ ପାଖରେ କିଛି ଦାବି କରିଛି । ଆଫଗାନିସ୍ତାନର କାର୍ଯ୍ୟକାରୀ ବିମାନ ଚଳାଚଳ ମନ୍ତ୍ରୀ ଅଲହାଜ ହମିଦୁଲ୍ଲା ଅଖୁଣ୍ଡଜଡା ଭାରତୀୟ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଚିଠି ଲେଖି ଏହାର ଦାବି କରିଛନ୍ତି ।

Get real time updates directly on you device, subscribe now.