fbpx

କଂଗ୍ରେସ ନେତାଙ୍କୁ ଆତ୍ମଚିନ୍ତନର ଆବଶ୍ୟକତା ରହିଛି: ଚରଣ ସିଂ ଚନ୍ନି

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ଗୋଷ୍ଠୀକନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନି । ବୁଧବାର ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଆଲୋଚନା ପରେ ଏପରି ମତ ଦେଇଛନ୍ତି ଚନ୍ନି । ଦଳ ବର୍ତ୍ତମାନ ସଙ୍କଟରେ ରହିଥିବାରୁ ସମସ୍ତ ନେତୃବୃନ୍ଦ ବସି ଆଲୋଚନା କରିବା ଉଚିତ ବୋଲି କହିଛନ୍ତି ନବନିଯୁକ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀ । କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଇସ୍ତଫା ପ୍ରଦାନ କରିବା ପରେ ବୁଧବାର ଏକ ଭିଡିଓ ଶେୟାର କରିବା ସହିତ ଇସ୍ତଫାର କାରଣ ଦର୍ଶାଇଥିଲେ । ଏହାପରେ ଚନ୍ନି ସିଦ୍ଧୁଙ୍କ ବାସଭବନରେ ତାଙ୍କୁ ଭେଟି ବୁଝାଇବାକୁ ପ୍ରୟାସ କରିଥିଲେ ।

ସିଦ୍ଧୁଙ୍କୁ ଭେଟିବା ପରେ ଚନ୍ନି କହିଛନ୍ତି ଦଳର ଏଭଳି ସଙ୍କଟ ସମୟରେ ନେତା ମାନେ ଏକାଠି ବସି ଆଲୋଚନା କରିବା ଆବଶ୍ୟକ । ଯାହାବି ସମସ୍ୟା ରହିଛି ତାହା ଆମେ ଆଲୋଚନା ମାଧ୍ୟମରେ ଦୂର କରି ପାରିବା । ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ତାଙ୍କ ଦ୍ୱାର ଉନ୍ମୁକ୍ତ ବୋଲି ଚନ୍ନି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ନଭଜୋତ ସିଂ ସିଦ୍ଧୁ ଇସ୍ତଫା ପ୍ରଦାନ କରିବା ପରଠାରୁ ତାଙ୍କ ସମର୍ଥନରେ ୬ରୁ ଅଧିକ କଂଗ୍ରେସ ନେତା ନିଜ ପଦରୁ ଇସ୍ତଫା ପ୍ରଦାନ କରି ସାରିଲେଣି ।

Get real time updates directly on you device, subscribe now.