୧୭/୧୮, କେଉଁ ଦିନରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷ୍ୟାଳି ତାକୁ ନେଇ ଚିନ୍ତାରେ

ଭୁବନେଶ୍ୱର: ଚଳିତ ବର୍ଷ କାର୍ତ୍ତିକ ବ୍ରତକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଅନେକ ଏହାକୁ ୧୭ କହୁଥିବା ବେଳେ ଅନେକ କହୁଛନ୍ତି ୧୮ ଅକ୍ଟୋବର । କ୍ୟାଲେଣ୍ଡର ଓ ପାଞ୍ଜିରେ ଥିବା ଭିନ୍ନ ମତ ପାଇଁ ହବିଷ୍ୟାଳି ବୁଝିପାରୁ ନାହାନ୍ତି ହବିଷ୍ୟାଳି ।

କୁମାର ପୂର୍ଣ୍ଣିମା ହେଉଛି ଆଶ୍ୱିନ ମାସର ଶେଷ ଦିନ । ତା ପରଦିନରୁ କାର୍ତ୍ତିକ ମାସ ଆରମ୍ଭ ଓ ହବିଷ୍ୟାଳିଙ୍କ ବ୍ରତ ଆରମ୍ଭର ଦିନ । ହେଲେ କ୍ୟାଲେଣ୍ଡର ଓ ପାଞ୍ଜିରେ ମତଭେଦ ରହିଛି । ରବିବାର ଦଶମୀ ହୋଇଥିବାରୁ ୧୭ ତାରିଖରେ ପୂର୍ଣ୍ଣିମା ପଡିବା କଥା । କିନ୍ତୁ କୋହିନୂର କ୍ୟାଲେଣ୍ଡରରେ ପୂର୍ଣ୍ଣିମା ୧୬ ବୋଲି ଉଲ୍ଲେଖ ରହିଛି । ଅର୍ଥାତ୍ ୧୭ ତାରିଖରୁ କାର୍ତ୍ତିକ ଆରମ୍ଭ ଓ ହବିଷ୍ୟାଳିଙ୍କ ବ୍ରତ ଆରମ୍ଭ । କିନ୍ତୁ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମାର ତାରିଖ ଭିନ୍ନ ରହିଛି । ୧୭ରେ ରହିଛି କୁମାର ପୂର୍ଣ୍ଣିମା ।

ହବିଷ୍ୟାଳି ଏହି ଦ୍ୱିମତକୁ ନେଇ ଦ୍ୱନ୍ଦ୍ୱରେ ଓ ଅଡୁଆରେ । କାରଣ ତାଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ଦିନ ବ୍ରାହ୍ମଣଙ୍କୁ ଛଞ୍ଚା ଦେବାର ବିଧି ରହିଛି । ଏବେ କେଉଁ ଦିନ ଛଞ୍ଚା ବିଧି କରିବା ତାହା ଜାଣିପାରୁ ନାହାନ୍ତି ହବିଷ୍ୟାଳି । ତେବେ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷାରଦଙ୍କ ମତରେ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ମନ୍ଦିର ପ୍ରଶାସକ ମଧ୍ୟ ସମାନ ମତ ରଖିଛନ୍ତି । ସେମାନଙ୍କ ଅନୁଯାୟୀ ମନ୍ଦିରର ରିତିନିତି ଅନୁଯାୟୀ ବ୍ରତ ପାଳନ ହେବ ।

Get real time updates directly on you device, subscribe now.