fbpx
BJD SKY
BJD SKY

ଦେବାଦେବୀଙ୍କ ପ୍ରତିମା ପାଇଁ କେଉଁ ଧାତୁ ହୋଇଥାଏ ଶୁଭ : ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

BJD

ସନାତନ ଧର୍ମରେ ମୂର୍ତ୍ତି ପୂଜାର ବିଶେଷତା ରହିଛି । ପ୍ରତ୍ୟେକ ଦିନ ପୂଜା କରିବା ପାଇଁ ସମସ୍ତଙ୍କ ଘରେ ଏକ ସ୍ୱତନ୍ତ୍ର ଠାକୁର ଘର ରଖାଯାଏ । ସେହି ଠାକୁର ଘରେ ପଥର, ମାଟି କାଷ୍ଠ ଏବଂ ପିତ୍ତଳ ନିମର୍ନିତ ମୂର୍ତ୍ତି ରଖାଯାଏ । ସାଧାରଣତଃ ଦେବାଦେବୀଙ୍କ ପାଇଁ ପଞ୍ଚଧାତୁ ଏବଂ ଅଷ୍ଟଧାତୁର ବ୍ୟବହାର କରାଯାଇଥାଏ । ଘରର ମନ୍ଦିରରେ ଭିନ୍ନ ଭିନ୍ନ ଧାତୁର ମୂର୍ତ୍ତି ରହିବା ଆବଶ୍ୟକ । ତେଣୁ ଆସନ୍ତୁ ଜାଣିବା କେଉଁ ଧାତୁ ରଖିବା ଦ୍ୱାରା କି ଫଳ ମିଳିଥାଏ ।

ପିତ୍ତଳ : ଘରେ ହେଉ କିମ୍ବା ମନ୍ଦିରରେ ପିତ୍ତଳ ନିର୍ମିତ ଦେବାଦେବୀ ମୂର୍ତ୍ତି ରଖିଲେ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ । କୁହାଯାଉଛି ପିତ୍ତଳ ନିର୍ମିତ ମୂର୍ତ୍ତି ପୂଜା କରିବା ଦ୍ୱାରା ପରିନାର ସଦସ୍ୟଙ୍କୁ ପୁଣ୍ୟଫଳ ଏବଂ ସୌଭାଗ୍ୟ ପ୍ରଅପ୍ତି ହୋଇଥାଏ ।

ସୁନା ଓ ରୁପା : ଅଧିକାଂଶ ମନ୍ଦିରରେ ସୁନା ଓ ରୁପା ନିର୍ମିତ ମୂର୍ତ୍ତି ପୂଜା ପାଇଥାନ୍ତି । କିନ୍ତୁ କେବେ ବି ଘରେ ସୁମା କିମ୍ବା ରୁପାର ମୂର୍ତ୍ତି ନିର୍ମିତ କରି ପୂଜା କରିବା ଉଚିତ ନୁହେଁ ।

ତମ୍ବା : ଜାତକରେ କିଛି ଗ୍ରହ ଦୋଷ ଥିଲେ, ତାହାର ନିବାକରଣ ପାଇଁ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ତମ୍ବାର ଦେବେ ଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରାଯାଏ । ପ୍ରତ୍ୟେକ ଦିନ ପୂଜାରେ ତମ୍ବାର ପାତ୍ର ବ୍ୟବହାର କରିବା ଶୁଭ ହୋଇଥାଏ । ତମ୍ବାପାତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟପ୍ରଦାନ କରିବା ଦ୍ୱାରା ଶୁଭଫଳ ପ୍ରଅପ୍ତି ହୋଇଥାଏ ।

ବର୍ଜିତ ଧାତୁ : ଆଲୁମିନିୟମ, ଲୁହା, ଷ୍ଟିଲ ଆଦି ଧାତୁରେ ନିର୍ମିତ ଦେବେଦେବୀ ମୂର୍ତ୍ତିକୁ ରଖି ପୂଜା କରିବା ଅନୁଚିତ ମନେକରାଯାଏ ।

Get real time updates directly on you device, subscribe now.