fbpx
BSKY SKY
BSKY SKY

କଳା ଲୁଣ କିମ୍ବା ସୈନ୍ଧବ ଲବଣ; ଉଚ୍ଚ ରକ୍ତଚାପ ରୋଗୀଙ୍କ ଲାଗି ଭଲ କେଉଁ ଲୁଣ ଆସନ୍ତୁ ଜାଣିନେବା

BSKY

ଓଡ଼ିଶା ଭାସ୍କର: ଲୁଣ ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି କରିଥାଏ । କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସୋଡିୟମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ । ଅନ୍ୟପକ୍ଷରେ ଲୁଣ ଶରୀର ପାଇଁ ଜରୁରୀ ବି ଅଟେ । କାରଣ ଏହା ଇଲେକ୍ଟ୍ରୋଲାଇଟରେ ଭରପୁର ହୋଇଥାଏ ଓ ଶରୀରରେ ଇଲେକ୍ଟ୍ରିକାଲ ସିଗନାଲକୁ ଠିକ୍ ରଖିବାରେ ସହାୟକ ହୋଇଥାଏ । ବିନା ଲୁଣରେ ଶରୀର ବିଶେଷ କରି ମସ୍ତିଷ୍କ ଓ କୋଷିକାଗୁଡିକ ଠିକ୍ ଭାବରେ କାମ କରିପାରି ନ ଥାଏ ଓ ବ୍ୟକ୍ତି କୋମା ପରି ଅବସ୍ଥାକୁ ବି ଯାଇପାରେ । ଏପରି ସ୍ଥିତିରେ ଏକ ପ୍ରଶ୍ନ ଉଠୁଛି କି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତେବେ ଆପଣ କଳା ଲୁଣ କିମ୍ବା ସୈନ୍ଧବ ଲବଣ ଖାଇବା ଉଚିତ କି ନୁହେଁ ।

କଳା ଲୁଣ ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ନୁହେଁ । ଏଥିରେ ଏକ ଅଲଗା ଗନ୍ଧ ଓ ସ୍ୱାଦ ରହିଥାଏ । କିନ୍ତୁ ସୈନ୍ଧବ ଲବଣ ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ଓ ଗୋଲାପି ରଙ୍ଗର ହୋଇଥାଏ । ଆୟୁର୍ବେଦରେ ସୈନ୍ଧବ ଲବଣର ଉପଯୋଗ ପିତ୍ତ ଦୋଷ ଦୂର କରିବାକୁ କରାଯାଏ । ସେହିପରି ଗ୍ୟାସ୍‌, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ପାଇଁ କଳା ଲୁଣର ଉପଯୋଗ କରାଯାଏ । ସୈନ୍ଧବ ଲବଣ ହୃଦୟର ସ୍ୱାସ୍ଥ୍ୟ ଲାଗି ଭଲ ହୋଇଥାଏ । ଏହା ଖାଇବା ଦ୍ୱାରା ଡାଇବେଟିସ୍ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । କିନ୍ତୁ କଳା ଲୁଣ କୌଣସି ବିଶେଷ ଲାଭ ଦେଇ ନ ଥାଏ ।

ସୈନ୍ଧବ ଲବଣରେ ସୋଡିୟମର ମାତ୍ରା କମ୍ ଥିବାରୁ ଏହା ରକ୍ତଚାପ ବୃଦ୍ଧି କରି ନ ଥାଏ । ସୋଡିୟମ ବ୍ଲଡ ଭେସେଲସ୍ ପ୍ରାଚୀରକୁ କ୍ଷତି ପହଞ୍ଚାଇଥାଏ ଓ ହାର୍ଟ ଉପରେ ଚାପ ପକାଇଥାଏ । ସୈନ୍ଧବ ଲବଣ ରକ୍ତପ୍ରବାହକୁ ସ୍ୱଭାବିକ ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ । ତେଣୁ ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଆପଣ ସୈନ୍ଧବ ଲବଣ ହିଁ ଖାଆନ୍ତୁ । କିନ୍ତୁ ପେଟ ସମସ୍ୟା ଥିଲେ ଆପଣ କଳାଲୁଣ ଖାଇବା ଉଚିତ ।

Get real time updates directly on you device, subscribe now.