fbpx

ଏହି ୫ଟି ବ୍ୟବସାୟରେ ସବୁଠୁ ଅଧିକ ଲାଭ ହୋଇଥାଏ , କ୍ଷତି ହେବାର ସମ୍ଭାବନା ବି ଖୁବ କମ ଥାଏ

ଓଡିଶା ଭାସ୍କର; ଆଜିକାଲି ପ୍ରାୟ ସମସ୍ତ ଯୁବବର୍ଗ ମାନେ ଚାକିରି ନ କରି ନିଜେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସରକାରୀ ଚାକିରି ଅଭାବ ଥିବାରୁ ସେମାନେ କୌଣସି ପ୍ରାଇଭେଟ କମ୍ପାନୀରେ କାମ ନକରି ନିଜର ବ୍ୟବସାୟ ପ୍ରତିଷ୍ଠାନ ଗଢିବାକୁ ଚାହୁଁଛନ୍ତି । ତେବେ ଯେହେତୁ ସେମାନେ ପ୍ରଥମ ଥର ପାଇଁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେଣୁ ପ୍ରଥମେ ତାଙ୍କୁ ଲାଭ, କ୍ଷତି ବିଷୟରେ ନିହାତି ଜ୍ଞାନ ଅର୍ଜନ କରିବାକୁ ପଡିବ । ଯେଉଁ ବ୍ୟବସାୟରେ ଅଧିକରୁ ଅଧିକ ଲାଭ ରହିଛି, ସେହି ବ୍ୟବସାୟ ଆରମ୍ଭ କଲେ ସେମାନେ ଜଲଦି ଆଗକୁ ବଢ଼ି ପାରିବେ । ଅନେକ ଜଣ କେଉଁ ବ୍ୟବସାୟରେ ଅଧିକ ଲାଭ ରହିଛି ସେ ସମ୍ପର୍କରେ କିଛି ନ ବୁଝି ବ୍ୟବସାୟ ଆରମ୍ଭ କରିଥାନ୍ତି, ଯେଉଁଥି ପାଇଁ ତାଙ୍କୁ କ୍ଷତି ସହିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ବ୍ୟବସାୟ ବିଷୟରେ ଯେଉଁଥିରେ ଅଧିକ ଲାଭ ଥାଏ ଓ କ୍ଷତି ସମ୍ଭାବନା କମ ରହିଥାଏ ।

ଶିକ୍ଷା ସଂସ୍ଥା; ଆପଣ ଜାଣିଛନ୍ତି ଆଜିକାଲି ସମସ୍ତେ ପ୍ରାଇଭେଟ ଶିକ୍ଷା ସଂସ୍ଥାରେ ପାଠ ପଢିବା ପାଇଁ ପସନ୍ଦ କରୁଛନ୍ତି । ଏଥିରେ ପ୍ରାୟ ସରକାରୀ ଟ୍ୟାକ୍ସ ଛାଡ଼ ରହିଥାଏ । ଶିକ୍ଷା ସଂସ୍ଥା ବନ୍ଦ ହେବାରେ ସମ୍ଭାବନା ଖୁବ କମ ଥାଏ ।

ଖାଦ୍ୟ ବ୍ୟବସାୟ; କେହି ଆଉ ଘର ଖାଇବା ପସନ୍ଦ କରୁ ନାହାନ୍ତି । ସକାଳ ଟିଫିନ ହେଉ ଅବା ଦିନର ମିଲ କିମ୍ବା ସନ୍ଧ୍ୟା ବେଳର ଜଳଖିଆ, ସମସ୍ତେ ଆଜିକାଲି ବାହାରେ ଖାଦ୍ୟ ଖାଇବାକୁ ଆଗ୍ରହୀ ରହୁଛନ୍ତି । ବିଶେଷକରି ମନ ପସନ୍ଦିଆ ଖାଦ୍ୟ ଖାଇବାରେ ଲୋକ ମାନେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଣୁ ଏହି ବ୍ୟବସାୟଟି ସବୁଠୁ ଲାଭ ଦାୟକ ଅଟେ ।

କପଡା ବ୍ୟବସାୟ; ବର୍ତ୍ତମାନ ଆଧୁନିକ ଯୁଗରେ ଫ୍ୟାସନ ବହୁତ ଟ୍ରେଣ୍ତରେ ରହିଛି । ଲୋକେ ଖାଇବା ପିଇବାରେ ଯେତିକି ଖର୍ଚ୍ଚ କରୁଛନ୍ତି ତାଠାରୁ ବେଶୀ ନାଇବା-ପିନ୍ଧିବାରେ ବେଶୀ ଖର୍ଚ୍ଚ କରୁଛନ୍ତି । ଏହି ବ୍ୟବସାୟ କେବେ ବନ୍ଦ ହେବାର ନାହିଁ । ଏଥିରେ ଲାଭ ବି ଅଧିକ ହୋଇଥାଏ ।

ଟ୍ରେଡିଂ; ଆଜିର ଦିନରେ ସବୁଠାରୁ ଅଧିକ ଲାଭ ଟ୍ରେଡିଂ ରହିଛି । ଆପଣ ଘରେ ବସି ଟ୍ରେଡିଂରେ ଟଙ୍କା କମାଇ ପାରିବେ । ମାତ୍ର ଏଥିପାଇଁ ଆପଣଙ୍କୁ ଏହାର କିଛି ନିୟମ କାନୁନ ଉପରେ ଧ୍ୟାନ ଦେବାକୁ ପଡିବ । ଏଥିରେ ସବୁ ଠିକ ଠାକ ଚାଲିଲେ ଆପଣ ବହୁତ ଜଲଦି ଲକ୍ଷରୁ କୋଟିପତି ହୋଇପାରିବେ।

ଟୁର ଆଣ୍ଡ ଟ୍ରାଭେଲ; ଲୋକ ବ୍ୟସ୍ତବହୁଳ ଜୀବନରୁ ଟିକିଏ ଫୁରସତ ପାଇଲେ, ବୁଲାବୁଲି କରିବାର ସୁଯୋଗ ଜମାରୁ ହାତ ଛଡା କରିନଥାନ୍ତି । ଏଥିରେ ନିଜର ଖୁସି ପାଇଁ ଅଧିକ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । କ୍ଷତି ସମ୍ଭାବନା କମ ସାଙ୍ଗକୁ ଏଥିରେ ଭଲ ଲାଭ ରହିଥାଏ ।

Get real time updates directly on you device, subscribe now.