fbpx

SBI ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ୮୨୮୩ ପଦ ଖାଲି, ନଭେମ୍ବର ୧୭ରୁ ଆରମ୍ଭ ଅନଲାଇନ୍ ଆବେଦନ

ବ୍ୟାଙ୍କିଙ୍ଗ ସେକ୍ଟରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଆସିଛି ବଡ଼ ନିଯୁକ୍ତି ସୁଯୋଗ । ମୋଟ ୮୨୮୩ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଜୁନିୟର ଆସୋସିଏଟ୍ ପଦରେ ନିଯୁକ୍ତି ଦିଆଯିବ ।

ଏଥିପାଇଁ ନଭେମ୍ବର ୧୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଆସନ୍ତାବର୍ଷ ଜାନୁଆରୀ ମାସରେ ପ୍ରିମିଲିନାରୀ ଓ ଫେବୃଆରୀ ମାସରେ ମେନ୍ସ ପରୀକ୍ଷା ଆୟୋଜିତ ହେବ । ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଜେନେରାଲ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଓ ଓବିସି ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ପଇଠ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ।

ଅନଲାଇନ୍ ଆବେଦନ ଲିଙ୍କ: Available on 17.11.2023

ନୋଟିଫିକେସନ ଲିଙ୍କ: https://sbi.co.in/documents/77530/36548767/161123-JA+2023-Detailed+Advt.pdf/926d28be-7df8-36f3-7113-344404668498?t=1700129762521

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sbi.co.in/

Get real time updates directly on you device, subscribe now.