fbpx
BSKY SKY
BSKY SKY

ଦେଶର କେଉଁ ସେକ୍ଟରରେ ଚାଲିଛି ସବୁଠାରୁ ବେଶି ଭ୍ରଷ୍ଟାଚାର: କେନ୍ଦ୍ର ସରକାର ଜାରି କଲେ ରିପୋର୍ଟ

BSKY

ନୂଆଦିଲ୍ଲୀ: ଦେଶର କେଉଁ ସେକ୍ଟରରେ ଚାଲିଛି ସର୍ବାଧିକ ଭ୍ରଷ୍ଟାଚାର । ଏନେଇ ଆପଣଙ୍କ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ । ତେବେ ଏକଥା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ଯେ, ସାରା ଦେଶରେ ବ୍ୟାଙ୍କିଂ ସେକ୍ଟରକୁ ନେଇ ସବୁଠାରୁ ଅଧିକ ଅଭିଯୋଗ ଆସିଛି । ୨୦ ହଜାରରୁ ଅଧିକ ଭ୍ରଷ୍ଟାଚାର ଏହି ସେକ୍ଟର ବିରୋଧରେ ଆସିଛି । କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଏହି ଖୁଲାସା ହୋଇଛି ।

ରିପୋର୍ଟ ମୁତାବକ, ବ୍ୟାଙ୍କିଂ ସେକ୍ଟରରେ ୨୦,୦୬୭ଟି, କର୍ମଚାରୀ ଓ ତାଲିମ ବିଭାଗରେ ୨୯୫୯ଟି, ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ଅଫିସରେ ୩୦୫୮ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୫୫୭ଟି, ଉଚ୍ଚଶିକ୍ଷା ବିଭାଗରେ ୬୪୨ଟି, ଉପଭୋକ୍ତା ମାମଲା ବିଭାଗରେ ୧୭୫୨ଟି, ଡାକ ବିଭାଗରେ ୨୩୬୫ଟି, ରାଜସ୍ୱ ବିଭାଗରେ ୧୮୫ଟି, ଗ୍ରାମୀଣ ବିକାଶ ବିଭାଗରେ ୧୧୮୫ଟି ଅଭିଯୋଗ ଆସିଥିବା ଜଣାପଡ଼ିଛି ।

ବିଭିନ୍ନ ପ୍ରକାରର ଅଭିଯୋଗ ଦୃଷ୍ଟିରୁ ବ୍ୟାଙ୍କିଂ ସେକ୍ଟର ସବୁଠାରୁ ଉପରେ ରହିଛି । ଏହି ସେକ୍ଟର ବିରୋଧରେ ୧,୬୦,୧୨୧ଟି ଅଭିଯୋଗ ରହିଛି । କେନ୍ଦ୍ର ସକରାରଙ୍କ ସେଣ୍ଟ୍ରାଲାଇଜଡ ପବ୍ଲିକ ଗ୍ରୀଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ (ସିପିଜିଆରଏମଏସ) ଅନୁସାରେ, ଗତ ଅକ୍ଟୋବର ମାସ ସୁଦ୍ଧା ୧୯ଟି ମନ୍ତ୍ରଣାଳୟ ଉପରେ ଏକ ହଜାରରୁ ଅଧିକ ଅଭିଯୋଗ ରହିଛି ।

Get real time updates directly on you device, subscribe now.