fbpx

ଦେଶର ୫୦ତମ ବିଚାରପତି ଭାବେ ଶପଥପାଠ କରିଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୦ତମ ବିଚାରପତି ଭାବେ ଶପଥପାଠ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ଗୋପନୀୟତାର ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର ନ୍ୟାୟିକ ଇତିହାସରେ ପ୍ରଥମଥର ପାଇଁ ବାପ ପରେ ପୁଅ ଜଷ୍ଟିସ ପଦ ଅଧିକାର କରିଛନ୍ତି । କାରଣ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବାପା ହେଉଛନ୍ତି ପୂର୍ବତନ ବିଚାରପତି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ ।

ତେବେ ସେ ୨୦୨୪ ମସିହା ୧୦ନଭେମ୍ବର ପର୍ଯ୍ୟନ୍ତ ପଦବୀରେ ରହିବେ । ଦେଖିବାକୁ ଗଲେ ୧୦ବର୍ଷ ମଧ୍ୟରେ ଅନ୍ୟ ବିଚାପତିଙ୍କ ତୁଳନାରେ ବୟସ ଖୁବ କମ ରହିଛି । ସେଥିପାଇଁ ସେ ଦେଶର ସାଧାରଣ ନାଗରିକଙ୍କୁ କିପରି ଆଗକୁ ନେବେ ସେଥିପ୍ରତି ଅଧିକ ଦୃଷ୍ଟି ରଖିଛନ୍ତି । ଏହାସହ ବିପୁଳ ସଂଖ୍ୟାରେ ପଡିରହିଥିବା ମାମଲା ,ଭିତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି ।

୨୦୧୬ ମସିହାରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ଆସନ୍ତା ୨୦୨୪ ନଭେମ୍ବର ୧୦ରେ ସେ ଅବସର ନେବ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପୂରା ନାଁ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼। ୧୯୫୯ ନଭେମ୍ବର ୧୧ରେ ସେ ମୁମ୍ବାଇରେ ଜନ୍ମଲାଭ କରିଥିଲେ।

 

Get real time updates directly on you device, subscribe now.