fbpx

କେଉଁ ରାଜ୍ୟର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ?

ଭାରତରେ ଲକ୍-ଡାଉନ୍ ଚାଲିଥିବା ବେଳେ ସମସ୍ତ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ରେଡ଼, ଗ୍ରୀନ ଓ ଅରେଞ୍ଜ ଜୋନରେ ମଦ ଦୋକାନ ଖୋଲିବା ପାଇଁ କୋହଳ କରାଯାଇଛି । ତେବେ ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟ, ଯେଉଁଠାରେ ଲୋକମାନେ ଅଧିକ ମଦ୍ୟପାନ କରନ୍ତି ।
ଏହି କାମରେ ତ୍ରିପୁରା ରାଜ୍ୟବାସୀ ସବୁଠାରୁ ଆଗରେ ରହିଛନ୍ତି। ଏଠାରେ୬୨% ଲୋକ ମଦ୍ୟପାନ କରନ୍ତି । ଏହା ପରେ ଛତିଶଗଡର ଲୋକମାନେ ରହିଛନ୍ତି, ଯେଉଁଠାରେ ୫୭.୨ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି । ଏହା ପରେ ତୃତୀୟ ସ୍ଥାନରେ ରହିଛି ପଞ୍ଜାବ, ଯେଉଁଠାରେ ୫୧.୭୦ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି । ଉତ୍ତରପ୍ରଦେଶରେ ବି ବହୁଲୋକ ମଦ୍ୟପାନ କରୁଛନ୍ତି ।

ଅନ୍ୟପଟେ ମଦ୍ୟପାନ ଉପରେ ନିଷେଧାଦେଶ ଥିବାରୁ ସବୁଠାରୁ କମ ମଦ୍ୟପାନ ରାଜ୍ୟ ଭିତରେ ରହିଛି ବିହାର ଓ ଗୁଜରାଟ। ଏଠାରେ ସହଜରେ ମଦ ଉପଲବ୍ଧ । କମ୍ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ରାଜସ୍ଥାନ ମଧ୍ୟ ସାମିଲ । ମେଘାଳୟରେ ମାତ୍ର ୩.୪ପ୍ରତିଶତ ଲୋକ ମଦ୍ୟପାନ କରନ୍ତି ।

Get real time updates directly on you device, subscribe now.