fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାର କେଉଁ ମନ୍ଦିର ସର୍ବ ପୁରାତନ? ଏହି ମନ୍ଦିରରେ ରୁଦ୍ରାଭିଶେକ କଲେ ହେବ ସନ୍ତାନ ପ୍ରାପ୍ତି…

ଓଡ଼ିଶା ଭାସ୍କର: କଳା ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶାର ରହିଛି ଅନେକ ପୂରାତନ ମନ୍ଦିର । ପୂରାତନ ମନ୍ଦିର ପାଇଁ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା । ସେହିପରି ଓଡ଼ିଶାର କୋଣ ଅନୁକୋଣରେ ବହୁ ପୂରାତନ ମନ୍ଦିର ଦେଖିବାକୁ ମିଳେ । ସବୁ ମନ୍ଦିରର ଇତିହାସ ଭିନ୍ନ । କିନ୍ତୁ ଓଡ଼ିଶାର କେଉଁ ମନ୍ଦିର ସର୍ବ ପୂରାତନ ଆପଣ ଜାଣିଛନ୍ତି କି । ଆସନ୍ତୁ ଜାଣିବା ଏହି ସର୍ବପୂରାତନ ମନ୍ଦିରର ଇତିହାସ ଓ କଣ ରହିଛି ଏହି ମନ୍ଦିରର ବିଶ୍ୱାସ।

ଓଡ଼ିଶାର ପର୍ଶୁରାମେଶ୍ୱର ମନ୍ଦିର ହେଉଛି ସର୍ବପୂରାତନ ମନ୍ଦିର । ଭୁବନେଶ୍ୱରରେ ଅବସ୍ଥିତ ଏହି ମନ୍ଦିରର ରହିଛି ଅନେକ ଇତିହାସ । ମାଦଳାକୃତିରେ ନିର୍ମିତ ଏହି ମନ୍ଦିର କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଖ୍ରୀଷ୍ଟପୂର୍ବ ସପ୍ତମ ଏବଂ ଅଷ୍ଟମ ଶତାବ୍ଦୀର ଶୈଳୋଦ୍ଭବ ସମୟରେ ଏହା ନିର୍ମିତ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ୬୫୦ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରଟି ନଗରଶୈଳୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ସେହିପରି ଦଶମ ଶତାବ୍ଦୀର ହୋଇଥିବା ସମସ୍ତ ପୂରାତନ ମନ୍ଦିରର ବିଶେଷ୍ୱତ୍ତ ଏହି ମନ୍ଦିରରେ ଦେଖିବାକୁ ମିଳେ ।

ଏହି ମନ୍ଦିରରେ ବିମାନ, ଗର୍ଭଗୃହ ସହ ଏକ ବାଡ଼ ରହିଥିବାର ଦେଖିବାକୁ ମିଳେ । ଏହି ମନ୍ଦିରରେ ଜଗନମୋହନ ନାମକ ଏକ ବିଶେଷ ଅଂଶ ଦେଖିବାକୁ ମିଳେ । ଏହି ମନ୍ଦିରଟି ଶିବଙ୍କୁ ଉତ୍ସର୍ଗାକୃତ ହୋଇଥିଲେ ମଧ୍ୟ ଶାକ୍ତ ଦେବତାଙ୍କ ମୂର୍ତ୍ତି ଥିବାର ଦେଖିବାକୁ ମିଳେ । ସପ୍ତମାତୃକାଙ୍କ ମୂର୍ତ୍ତି ସ୍ଥାନ ପାଇବାରେ ଏହି ମନ୍ଦିର ହେଉଛି ଭୁବେନେଶ୍ୱରର ପ୍ରଥମ ମନ୍ଦିର ।

କଣ ରହିଛି ଏହି ମନ୍ଦିରର ଇତିହାସ:

ଐତିହାସିକମାନଙ୍କ ମତାନୁସାରେ ସପ୍ତମ ଶତାବ୍ଦୀର ଶେଷ ଭାଗରେ ଶତୃଘ୍ନେଶ୍ୱର, ଭରତଶ୍ୱେର ଓ ଲକ୍ଷ୍ମଣଶ୍ୱେର ମନ୍ଦିର ନିର୍ମାଣ ପରେ ହିଁ ପର୍ଶୁରାମେଶ୍ୱର ମନ୍ଦିର ନିର୍ମିତ ହୋଇଥିଲା । ଶୈଳୋଦ୍ଭବ ବଂଶ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା । ଶୈଳୋଦ୍ଭବ ବଂଶ ଶାକ୍ତଙ୍କ ଉପାସନା କରୁଥିବାରୁ ଏହି ମନ୍ଦିରରେ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳିଥାଏ । ୧୯୦୩ ମସିହାରେ ନିର୍ମିତ ଏହି ମନ୍ଦିରର ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ମନ୍ଦିରର ପାଶ୍ୱର୍ ଦେବତା ଭାବେ ଦକ୍ଷିଣ ଓ ପୂର୍ବ ପାଶ୍ୱର୍ରେ ଯଥାକ୍ରମେ ଗଣେଶ କାର୍ତ୍ତିକ ବିରାଜିତ ସେହିପରି ଅନ୍ୟ ଏକ ପାଶ୍ୱର୍ରେ ଅର୍ଦ୍ଧନାରୀଶ୍ୱେର, ଶିବ-ପାର୍ବତୀ, ଗଙ୍ଗା ଓ ଯମୁନାଙ୍କର ଚିତ୍ର ଦେଖିବାକୁ ମିଳିଥାଏ ।

ମନ୍ଦିରର ବିଶେଷତ୍ତ୍ୱ:

ବିଶ୍ୱାସ ରହିଛି ଗୁରୁବାର ଦିନ ଏହି ମନ୍ଦିରରେ ରୁଦ୍ରାଭିଷେକ କଲେ ନିଃସନ୍ତାନୀମାନେ ସନ୍ତାନ ଲାଭ କରିପାରିବେ । ସେହିପରି ମନ୍ଦିରର ମୁଖ୍ୟଆକର୍ଷଣ ହେଉଛି ମନ୍ଦିରର ପ୍ରାଙ୍ଗଣରେ ରହିଥିବା ଏକ ବଡ଼ ଶିବ ଲିଙ୍ଗ । ଅନ୍ୟ ଏକ ଆକର୍ଷଣ ହେଉଛି ମନ୍ଦିରରେ ଥିବା ଜଗମୋହନ ଅଂଶ ଯାହା ଅନ୍ୟ କୌଣସି ଶିବ ମନ୍ଦିରରେ ଦେଖାଯାଏ ନାହିଁ । ଜୁନ ବା ଜୁଲାଇ ମାସରେ ପଡ଼ୁଥିବା ପର୍ଶୁରାମଷ୍ଟମୀ ଏହି ମନ୍ଦିରର ଏକ ବିଶିଷ୍ଟ ପର୍ବ । ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହି ମନ୍ଦିରର ସଂରକ୍ଷଣ କରାଯାଉଛି । ରାଜ୍ୟର ଏହି ମନ୍ଦିର ଏକ ଏକ ପ୍ରମୁଖ ପର୍ଯ୍ୟଟନୀସ୍ଥଳୀ ଭାବେ ବିଖ୍ୟାତ ।

Get real time updates directly on you device, subscribe now.