fbpx

କ’ଣ ଘଟିଥିଲା ସେଦିନ? କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୋନିଆ, ସୂଚନା ଦେଲା କଂଗ୍ରେସ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବେ ଦିଲ୍ଲୀ ସର ଗଙ୍ଗାରାମ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କରୋନା ପରବର୍ତ୍ତି ସମସ୍ୟାପାଇଁ ତାଙ୍କୁ ମେଡିକାଲକୁ ଯିବାକୁ ପଡ଼ିଥିଲା । କଂଗ୍ରେସ ପାର୍ଟି ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବିଷୟରେ ଅପଡେଟ୍ ଦେଇଛି । ୧୨ ଜୁନ୍ ରେ ସୋନିଆ ହଟାତ୍ ଅସୁସ୍ଥ ହୋଇଯାଇଥିଲେ । ଅଚାନକ ତାଙ୍କ ନାକରୁ ବହୁତ୍ ରକ୍ତ ବାହାରିବାକୁ ଲାଗିଥିଲା । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ ନେବାକୁ ପଡ଼ିଥିଲା ।

କଂଗ୍ରେସ ମହାସଚିବ ଜୟରାମ ରମେଶ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କରୋନା ସଂକ୍ରମଣ ପରେ ହଟାତ୍ ସୋନିଆଙ୍କ ନାକରୁ ପ୍ରବଳ ରକ୍ତ ବାହାରିବାକୁ ଲାଗିଥିଲା । ଏହାପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲ । ନିମ୍ନ ଶ୍ୱାସକ୍ରିୟାର ଫଙ୍ଗଲ୍ ସଂକ୍ରମଣ ହୋଇଥିଲା । ସେହିପରି କରୋନା ପରେ ତାଙ୍କର ଅନ୍ୟାନ୍ୟ ଲକ୍ଷଣକୁ ନେଇ ମଧ୍ୟ ଚିକତ୍ସା ଜାରି ରହିଛି ।

ସେପଟେ ଚଳିତ ମାସ ୨୩ ତାରିଖରେ ସୋନିଆଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବାକୁ ନୋଟିସ ଦିଆଯାଇଛି । ସୋନିଆ ଗାନ୍ଧୀଙ୍କୁ ଏହା ପୁର୍ବରୁ ଜୁନ୍ ୮ ତାରିଖରେ ଇଡି ନିକଟରେ ହାଜର ହେବାକୁ କୁହାଯାଇଥିଲା । ଲିନ୍ତୁ କରୋନା ସଂକ୍ରମଣ ହେବା କାରଣରୁ ତାଙ୍କୁ ହାଜର ହେବାକୁ ଆଉ ଏକ ନୂଆ ତାରିଖ ଇଡିକୁ ଜଣାଇଥିଲେ ।

Get real time updates directly on you device, subscribe now.