fbpx

୩୦ବର୍ଷରେ ଅଣ୍ଡା ଦିଏ ପଥର!

କୁକୁଡା କିମ୍ବା ବତକ ନୁହେଁ, ଅଣ୍ଡା ଦିଏ ପଥର । କ’ଣ ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି? ସତରେ ଏଭଳି ଏକ ଦେଶ ରହିଛି ଯେଉଁଠାରେ ଏକ ପଥର ୩୦ ବର୍ଷରେ ଅଣ୍ଡା ଦିଏ ବୋଲି ଜଣାପଡିଛି । ଏଭଳି ଅଜବ ପଥର ଚୀନରେ ରହିଛି । ୩୦ବର୍ଷ ଧରି ଅଣ୍ଡାଟି ପଥର ମଧ୍ୟରେ ରହିଥାଏ । ୩୦ବର୍ଷ ହେବା ପରେ ଏହା ଆପେ ଆପେ ବାହାରକୁ ବାହାରିଥାଏ । ଏହି ପଥରର ଲମ୍ବ ୬୫ ଫୁଟ ହୋଇଥିବାବେଳେ ଉଚ୍ଚତା ୧୯ ଫୁଟ ।

କଳା ରଙ୍ଗର ଅଣ୍ଡା:
ଚନ୍ ଦନ୍ ୟା କହିଲେ ଚୀନର ଏହି ରହସ୍ୟମୟୀ ପଥରକୁ ବୁଝାଏ । ଏହି ପଥରଟି ସମ୍ପୂର୍ଣ୍ଣ କଳା । ସେହିଭଳି ଅଣ୍ଡାର ରଙ୍ଗ ମଧ୍ୟ କଳା । ଏହି ରହସ୍ୟମୟୀ ପଥରରୁ ପ୍ରଥମେ ଛୋଟ ଆକାରର ଅଣ୍ଡା ସଦୃଶ ଏକ ଛୋଟ ପଥର ବାହାରିଥାଏ । ତେବେ ଦୀର୍ଘ ୩୦ ବର୍ଷରେ ଏହା ପରିପକ୍ୱ ହେବା ପରେ ଆପେ ଆପେ ସମ୍ପୂର୍ଣ୍ଣ ବାହାରି ଆସି ତଳେ ପଡିଯାଇଥାଏ । ଏହା ପଛର କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଯେତେ ଚେଷ୍ଟା କରିଥିଲେ ବି ସଫଳ ପାଇପାରିନଥିଲେ ।

ଚୋରି ହୋଇଯାଏ:
ପଥରର ନାମ ଚନ୍ ଦନ୍ ୟା ଅର୍ଥାତ୍ ଅଣ୍ଡା ଦେଉଥିବା ପଥର । ପଥରରୁ ବାହାରୁଥିବା ଅଣ୍ଡାକୁ ଲୋକେ ଶୁଭ ବୋଲି ମନେ କରିଥାନ୍ତି । ଯେତେବେଳେ ଅଣ୍ଡାଗୁଡିକ ଖସେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାହାକୁ ନେଇ ଘରକୁ ଯାଇଥାନ୍ତି । ବର୍ଷ ବର୍ଷ ବିତିଯାଇଥିଲେ ବି, ପାଂଚଶହ ମିଲିୟନ୍ ବର୍ଷର ଏହି ପୁରୁଣା ପଥର ଆଜି ବି ଅଣ୍ଡା ଦେଉଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.