fbpx

ଏହି ଜିନିଷ ଦାନ କଲେ ଦେଖାଯିବନି ଧନର ଅଭାବ

ପ୍ରତ୍ୟେକ ଧର୍ମରେ ଦାନର କିଛି ନା କିଛି ମହତ୍ୱ ରହିଛି । ସନାତନ ଧର୍ମରେ ଦାନର ପରମ୍ପରା ବହୁ ପୁରୁଣା । ନିଜ ସାମର୍ଥ୍ୟ ଅନୁସାରେ ଅଭାବୀଲୋକଙ୍କୁ ଧାନ, ଗହମ, ବସ୍ତ୍ର, ଟଙ୍କା, ଯେକୌଣସି ବସ୍ତୁକୁ ସ୍ୱହସ୍ତରେ ଦେବା ହିଁ ଦାନ । ହିନ୍ଦୁ ଧର୍ମରେ ମଧ୍ୟରେ ଲୋକମାନେ ଅମାବାସ୍ୟା, ଶ୍ରାଦ୍ଧ, ମକର ତଥା ବଡ଼ ବଡ଼ ଧାର୍ମିକ କାର୍ଯ୍ୟ ଦିନ ଦାନ କରିଛନ୍ତି । ତେବେ ଜାଣିଛନ୍ତି କି ଆପଣ କେଉଁ ଦାନ କଲେ କିଫଳ ମିଳେ । ଆମେ ଆଜି ଆପଣଙ୍କୁ ଏଭଳି କିଛି ଦାନ ବିଷୟରେ କହିବୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଗୋ’ଦାନ:
ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଗୋମାତା ବୋଲି କୁହାଯାଏ । ବହୁ ପୁରୁଣା କାଳରୁ ଗୋଦାନ ସବୁଠାରୁ ପୁଣ୍ୟ ବୋଲି ବିଶ୍ୱାସ ରହିଛି । ଯଦି କୌଣସି ବ୍ୟକ୍ତି ସୁଖ, ସମୃଦ୍ଧି ଏବଂ ଧମପ୍ରାପ୍ତି କରିବାକୁ ଚାହୁଁଛି, ତେବେ ଗୋ’ଦାନ କରିବା ଶୁଭ ବୋଲି ମନେକରାଯାଏ ।

ଘିଅ ଦାନ:
ଘିଅ ଦାନର ଅତ୍ୟନ୍ତ ମହତ୍ୱ ରହିଛି । ଗୋଟିଏ ପାତ୍ରରେ ଗାଈଘିଅକୁ ରଖି ଅଭାବୀ ଲୋକଙ୍କୁ ଦାନ କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବଜାୟ ରହେ । ଘରେ ଥିବା ସମସ୍ତ ନକରାତ୍ମକ ପ୍ରଭାବ ଦୂର ହୋଇଯାଏ । ଏହାସହିତ ପରିବାରର ସମସ୍ତ ସଦସ୍ୟଙ୍କ ମନସ୍କାମନା ପୂରଣ ହୋଇଥାଏ ।

ବସ୍ତ୍ର ଦାନ:
ବସ୍ତ୍ର ଦାନ କରିବା ଦ୍ୱାରା ଜୀବନରେ ବହୁ ସଫଳତା ମିଳିଥାଏ । ଖୁସି ମନରେ ଯଦି ଆପଣ ସ୍ୱଚ୍ଛ ବସ୍ତ୍ର ଦାନ କରୁଛନ୍ତି, ତାହା ଲାଭକାରୀ ସାବ୍ୟସ୍ତ ହୁଏ । ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ଶ୍ରୀଘ୍ର ହୋଇଯାଏ ।

ଚାଉଳ ଦାନ:
ହିନ୍ଦୁଧର୍ମରେ ଚାଉଳ ଦାନର ମହତ୍ୱ ରହିଛି । ଚାଉଳ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଫଳରେ ଘରେ ଧନର ଅଭାବ ଦେଖାଯାଏନାହିଁ । ଯଦି ସଂକଳ୍ପ କରି ଚାଉଳ ଦାନ କରାଯାଏ, ତେବେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ରାଶି ଦାନ:
ହିନ୍ଦୁ ଧର୍ମରେ ରାଶି ଦାନର ବେଶ୍ ମହତ୍ୱ ରହିଛି । ଏଭଳି କିଛି ଧାର୍ମିକ ଉତ୍ସବରେ ରାଶି ଦାନ କରିବା ଦ୍ୱାରା ସୁଫଳ ମିଳିଥାଏ । ଶ୍ରାଦ୍ଧ କିମ୍ବା ଘରେ କାହାର ମୃତ୍ୟୁ ହୋଇଗଲେ କଳା ରାଶି ଦାନ କରିବା ଦ୍ୱାରା ଘରକୁ ଆସୁଥିବା ବିପଦକୁ ବାଦ୍ ଦିଆଯାଇପାରିବ ।

ଲୁଣ ଦାନ:
ସନାତନ ଧର୍ମରେ ଲୁଣ ଦାନକୁ ଲାଭକାରୀ ବୋଲି ମନେକରାଯାଏ । ବିଶେଷକରି ଶ୍ରାଦ୍ଧ ଦିବସରେ ଲୁଣ ଦାନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଗୁଡ ଦାନ:
ଗୁଡି ଦାନ କରିବା ଦ୍ୱାରା ଘରେ ଲାଗିରହିଥିବା କଳହକୁ ସମାପ୍ତ କରିହେବ । ଏହାସହ ଦାରିଦ୍ର‌୍ୟତା ଦୂର ପାଇ ଧନର ଆଗମନ ହୁଏ ।

Get real time updates directly on you device, subscribe now.