fbpx

ଋଷଭ ପନ୍ତ ନା ଦିନେଶ କାର୍ତ୍ତିକ? ବାଂଲାଦେଶ ବିପକ୍ଷରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ରୋହିତ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ବିଜୟଧାରାରେ ବ୍ରେକ ଲଗାଇଛି ସାଉଥ ଆଫ୍ରିକା । ତେବେ ଏହି ମ୍ୟାଚରେ ଭାରତର ଅନେକ ଦୁର୍ବଳତା ସାମନାକୁ ଆସିଛି । ଏସବୁ ଉପରେ ଗୁରୁତ୍ୱ ଦେଇ ପରବର୍ତ୍ତୀ ମ୍ୟାଚରେ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିବ ଟିମ ଇଣ୍ଡିଆ । ତେଣୁ ବାଂଲାଦେଶ ବିପକ୍ଷରେ କିଛି ପରିବର୍ତ୍ତନ ଦେଖାଯାଇପାରେ । ତେବେ ଅକ୍ସର ପଟେଲ ପୁଣିଥରେ ଦଳକୁ କମବ୍ୟାକ କରିବାର ଆଶା ଥିବା ବେଳେ ଋଷଭ ପନ୍ତ ମଧ୍ୟ ଦଳକୁ ଫେରିପାରନ୍ତି । ବାଂଲାଦେଶ ବିପକ୍ଷରେ ରୋହିତଙ୍କୁ ଋଷଭ ପନ୍ତ କିମ୍ବା ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେଇପାରନ୍ତି ।

ଟି-୨୦ ବିଶ୍ୱକପରେ ନିଜର ଚତୁର୍ଥ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ । ତେବେ ଏହା ପୂର୍ବରୁ ପ୍ରେସ କନଫରେନ୍ସରେ ରାହୁଲଙ୍କ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି ହେଡ କୋଚ ରାହୁଲ ଦ୍ରାବିଡ । ଏବେ ପ୍ରଶ୍ନ ରହିଛି ୱିକେଟ କିପର ଭାବରେ ଦଳରେ କିଏ ପାଇବେ ସ୍ଥାନ? ଋଷଭ ପନ୍ତ ନା ଦିନେଶ କାର୍ତ୍ତିକ? ଏହି ପ୍ରଶ୍ନରେ ଦ୍ରାବିଡଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭେଟେରାନ କ୍ରିକେଟର ଦିନେଶ କାର୍ତ୍ତିକଙ୍କର ଫିଟନେସକୁ ନଜରରେ ରଖି ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଦ୍ରାବିଡ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କାର୍ତ୍ତିକଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସେ ପଡିଆ ଚାଡି ପାଭିଲିୟନ ଫେରି ଯାଇଥିଲେ । ଫଳରେ ତାଙ୍କ ସ୍ଥାନରେ ଋଷଭ ପନ୍ତ ୱିକେଟ କିପିଙ୍ଗ କରିଥିଲେ ।

ବାଉନ୍ସର ବଲକୁ ରୋକିବାକୁ ଚେଷ୍ଟା କରୁଥିବା ସମୟୋର ତଳେ ପଡିଯାଇଥିଲେ । ଯେଉଁଥିରେ ତାଙ୍କ ପଠିରେ ଆଘାତ ଲାଗିଥିଲା । ତେବେ ମ୍ୟାଚ ପରେ ଟ୍ରେନିଙ୍ଗ ସମୟରେ ସେ ସୁସ୍ଥ ଅନୁଭବ କରୁଥିବା ଦେଖାଯାଇଛି । ଠିକ ଭାବରେ ଅଭ୍ୟାସ ପରେ ଆସନ୍ତାକାଲି ତାଙ୍କ ଫିଟନେସକୁ ଦେଖିବା ପରେ ଦଳରେ ସାମିଲ କରିବା ନେଇ ଚିନ୍ତା କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରିନି ଯେ ବାଂଲାଦେଶ ବିପକ୍ଷରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ । କିନ୍ତୁ ଦ୍ରାବିଡଙ୍କ ଏହି ବୟାନ ପରେ ମନେ ହେଉଛି ଯେ ବର୍ତ୍ତମାନ ମଧ୍ୟ ଦିନେଶ କାର୍ତ୍ତିକ ଭାରତ ପାଇଁ ପ୍ରଥମ ବିକଳ୍ପ ରହିଛନ୍ତି ।

Get real time updates directly on you device, subscribe now.