fbpx

(Video)ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ କିପରି ଆସିଲା ଚିତାବାଘ? ଭିଡିଓ ହେଉଛି ଭାଇରାଲ୍‌

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତୃତୀୟ କାର୍ଯ୍ୟକାଳ ଲାଗି ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ସହ ୭୨ ମନ୍ତ୍ରୀ ବି ଶପଥ ନେଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି ଭବନରେ ୬ ହଜାରରୁ ଅଧିକ ଅତିଥି ଥିଲେ । ତେବେ ଏହି ଆୟୋଜନରେ ବିନା ନିମନ୍ତ୍ରଣରେ ଜଣେ ଆଗନ୍ତୁକ ଆସି ପହଞ୍ଚିଯାଇଥିଲା । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ।

୧୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଶପଥ ନେବା ପରେ ଦସ୍ତଖତ କରୁଛନ୍ତି ମନ୍ତ୍ରୀ ଦୁର୍ଗାଦାସ ଉଇକେ । ତାଙ୍କ ପଛରେ ସିଡି ଉପରେ ଏକ ଜଙ୍ଗଲୀ ପଶୁ ଅତିକ୍ରମ କରୁଥିବାର ଦେଖାଯାଉଛି । ତେବେ ଏହା କେଉଁ ଜଙ୍ଗଲୀ ପଶୁ ତାହା ସ୍ପଷ୍ଟ ଭାବରେ ଦେଖାଯାଉ ନ ଥିଲେ ବି ଅନୁମାନ କରାଯାଉଛି ଏହା ଏକ ଚିତାବାଘ ।

ତେବେ ଯଦି ତାହା ଏକ ଚିତାବାଘ ହୋଇଥାଏ ତେବେ ଏହା ରାଷ୍ଟ୍ରପତି ଭବନରେ ପଶିଲା କିପରି? ସୁରକ୍ଷା ଦୃଷ୍ଟିରୁ ଏହା ଏକ ବଡ ପ୍ରଶ୍ନ । ତେବେ ଏହି ଚିତାବାଘ ମଞ୍ଚ ଆଡକୁ ଆସିନାହିଁ କି କାହାର କିଛି କ୍ଷତି କରିନାହିଁ । କିନ୍ତୁ ଏହା ପଛରେ କ’ଣ ସତ୍ୟତା ରହିଛି ତାହା କେବଳ ଯାଞ୍ଚ ପରେ ହିଁ ଜଣାପଡିବ ।

Get real time updates directly on you device, subscribe now.