fbpx

ଶୀଘ୍ର ଧୋକା ଦେଇଥାନ୍ତି କେଉଁ ମହିଳା, Video ସେୟାର କରି ଏହି ମହିଳା ଓକିଲ ଦେଲେ ଲିଷ୍ଟ

ସଂପର୍କରେ କିଏ କେତେ ବିଶ୍ୱସ୍ତ ହୋଇଥାଏ ଏହା କହିବା ବହୁତ କଠିନ ହୋଇଥାଏ । କିଏ କେଉଁ ଭାବନା ନେଇ ଆପଣଙ୍କ ସହ ରହୁଛି ଏହା ଆପଣ କେବେ ଜାଣି ପାରିବେ ନାହିଁ । ଏହା ସତ୍ତ୍ୱେ ବି ଲୋକଙ୍କୁ ସେମାନଙ୍କ ବନ୍ଧୁ ଓ ପରିବାର ଲୋକ ଏହି ବିଷୟରେ ପରାମର୍ଶ ଦେଇଥାନ୍ତି କି କିପରି ଲୋକଙ୍କ ସହ ସଂପର୍କ ବଜାୟ ରହିଥାଏ । ଏହି କ୍ରମରେ ଜଣେ ମହିଳା ଓକିଲ ଇନଷ୍ଟାଗ୍ରାମରେ ଏପରି ଏକ ଲିଷ୍ଟ ସେୟାର କରିଛନ୍ତି ଯେଉଁଥିରେ ପ୍ରଫେସନ ଆଧାରରେ ଏହା କୁହାଯାଇଛି କି କେଉଁ ପ୍ରଫେସନ ସହ ଜଡିତ ମହିଳା ଅଧିକ ଲୋକଙ୍କୁ ଧୋକା ଦେଇଥାନ୍ତି ।
ଏହି ମହିଳା ଓକିଲଙ୍କ ନାମ ହେଉଛି କେଟ୍ ସିମୋଣ୍ଡସ୍ ଓ ସେ ଜଣେ ଡିଭୋର୍ସ ଲୟାର । ସେ ଆମେରିକାର ଏରିଜୋନାରେ ରହିଥାନ୍ତି । ସେ କହିଛନ୍ତି ସଂପର୍କରେ ସେହି ମହିଳାମାନେ ଅଧିକ ଧୋକା ଦେଇଥାନ୍ତି ଯେଉଁମାନେ ସବୁ ଖର୍ଚ୍ଚ ନିଜେ ତୁଲାଇଥାନ୍ତି । ଏ କ୍ଷେତ୍ରରେ ୨ୟ ସ୍ଥାନରେ ରହିଛନ୍ତି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ଏମାନେ ସଂର୍କରେ ବିଶ୍ୱସ୍ତ ହୋଇ ନ ଥାନ୍ତି । ତୃତୀୟ ସ୍ଥାନରେ ନର୍ସ କାମ କରୁଥିବା ମହିଳା ରହିଛନ୍ତି । ୪ର୍ଥ ସ୍ଥାନରେ ରହିଛନ୍ତି ପାଇଲଟ୍ କିମ୍ବା ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବରେ କାମ କରୁଥିବା ମହିଳା । ଏହାପରେ ବାର୍ ଟେଣ୍ଡର ମହିଳାମାନଙ୍କର ସ୍ଥାନ ରହିଛି । ଏହି ଲିଷ୍ଟକୁ କେଟ୍ ସିମୋଣ୍ଡସ୍ ଇନଷ୍ଟାଗ୍ରାମରେ @simondslawgroup ନାମକ ଆକାଉଣ୍ଟରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Chris Simonds (@simondslawgroup)

ଏହି ଲିଷ୍ଟ ଦେଖିବା ପରେ କିଛି ଲୋକ ତାଙ୍କ ଚିନ୍ତାଧାରା ସହ ସହମତ ହୋଇଛନ୍ତି ତ ଆଉ କିଛି ଲୋକ ଅସହମତି ପ୍ରକାଶ କରିଛନ୍ତି । ତେବେ ସେ ଜଣେ ଡିଭୋର୍ସ ଲୟାର ହୋଇଥିବା ବେଳେ ସେ ଏହି ଲିଷ୍ଟ ତାଙ୍କ ପାଖକୁ ତଲାକ ଲାଗି ଆସୁଥିବା ମାମଲାକୁ ଦେଖି ଓ ନିଜ ଅନୁଭବ ଆଧାରରେ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.