fbpx

ଲାଇଭ୍ ଶୁଣାଣି କରୁଥିଲେ ବିଚାରପତି, ଠିକ୍ ଏତିକି ବେଳେ ହଠାତ୍ ଚାଲିଲା ଅଶ୍ଲୀଳ ଭିଡିଓ, ହତବାକ୍ ହୋଇଗଲା ସାରା ଦେଶ

Advertisement

ନୂଆଦିଲ୍ଲୀ: ଆଜିକାଲି ଆମର ଚାରିପାଖରେ ଅନେକ ଅସାମାଜିକ ଘଟଣାମାନ ଘଟୁଥିବାର ଦେଖିବାକୁ ମିଳୁଛି । ତେବେ ବିଭିନ୍ନ ହତ୍ୟା, ରାହାଜାନୀ, ଦୁଷ୍କର୍ମ, ଚୋରି ଆଦି ମାମଲାରେ ସମାଜ ଦିନକୁ ଦିନ କଳୁଷିତ ହେବାକୁ ଯାଉଥିବା ବେଳେ ବାଦ୍ ପଡ଼ିନାହିଁ ନ୍ୟାୟର ମନ୍ଦିର । କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଘଟିଛି ଏଭଳି ଏକ ଘଟଣା ।

ସୂଚନା ମୁତାବକ, କୋର୍ଟରେ ଭର୍ଚୁଆଲ ଶୁଣାଣି ଚାଲିଥିବା ବେଳେ ଏକ ଅଶ୍ଲୀଳ ଭିଡିଓ କ୍ୟାମେରାରେ ଦେଖାଯାଇଥିଲା । ଜଣେ ଯୁବକ ନଗ୍ନ ଅବସ୍ଥାରେ ଡ୍ୟାନ୍ସ କରୁଥିବାର ଦେଖି କୋର୍ଟରେ ଉପସ୍ଥିତ ଜଜଙ୍କ ସମେତ ଅନ୍ୟମାନେ ସ୍ତବ୍ଧ ହୋଇଯାଇଥିଲେ । ଏହାପରେ ବିଚାପରତି କୋର୍ଟର ଶୁଣାଣିକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ ।

ପେରୁରେ ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶୁଣାଣି ଦେଶର ଟିଭି ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ କରାଯାଉଥିଲା । ସମୟକ୍ରମେ ଏହି ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଗଲା । ତେବେ ନଗ୍ନ ଡ୍ୟାନ୍ସ କରୁଥିବା ଯୁବକଙ୍କୁ କୋର୍ଟର ଜଣେ ଓକିଲ ଚିହ୍ନଟ କରିପାରିଥିଲେ । ଉକ୍ତ ଯୁବକ ଜଣଙ୍କ ପେରୁର ରାଷ୍ଟ୍ରପତିଙ୍କ ଜଣେ ସୁରକ୍ଷା ଟିମର ମେମ୍ବରଙ୍କ ୟୁଜର ଆକାଉଣ୍ଟ ଲଗ୍ ଇନ୍ କରି ଏହି କାରନାମା କରିଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.