fbpx

ଭିତରକନିକା ଜାତୀୟ ଉଦ୍ୟାନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି “ଶ୍ୱେତା, ଧଳା କୁମ୍ଭୀର ଦେଖିବା ପାଇଁ ଲାଗୁଛି ପର୍ଯ୍ୟଟଙ୍କ ଭିଡ଼

କେନ୍ଦ୍ରାପଡ଼ା,(ଭାସ୍କର ନ୍ୟୁଜ୍‌) : ସାରା ବିଶ୍ୱରେ ଭିତରକନିକା ଜାତୀୟ ଉଦ୍ୟାନ ବେଶ୍‌ ଖ୍ୟାତିଲାଭ କରିଛି । ଏହି ଉଦ୍ୟାନ କାହିଁ କେତେ ଦୂରରୁ ପର୍ଯ୍ୟଟକଙ୍କୁ ତାର ପ୍ରକୃତିର ଗନ୍ତାଘରକୁ ଟାଣି ଆଣିଥାଏ । ପର୍ଯ୍ୟଟକମାନଙ୍କୁ ସବୁଠୁ ବେଶୀ ଆକର୍ଷିତ କରିଥାନ୍ତି ଭିତରକନିକାରେ ଥିବା ଧଳା କୁମ୍ଭୀର ଗୋରୀ ଓ ମଲ୍ଲି । ସେମାନଙ୍କ ମଧ୍ୟରେ ଆଉ ଏକ ନୂଆ ଶାବକ ସାମିଲ ହୋଇଥିବାରୁ ପର୍ଯ୍ୟଟକଙ୍କ ସମେତ ବନ ବିଭାଗ କର୍ମଚାରୀ ବେଶ୍‌ ଖୁସି । ଭିତରକନିକାରେ ଜନ୍ମ ନେଇଥିବା ଏହି କୁନି ଧଳା କୁମ୍ଭୀର ଶାବକର ନାମ “ଶ୍ୱେତା’ ରଖାଯାଇଛି । କୁମ୍ଭୀର ବିଶାରଦ ଡକ୍ଟର  ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗ ଦ୍ୱାରା ଏହାର ନାମକରଣ କରାଯାଇଛି । ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଜାତୀୟ ଉଦ୍ୟାନ ଭିତରକନିକା ବଉଳା କୁମ୍ଭୀରଙ୍କ ଗନ୍ତାଘର ହେଲେ ମଧ୍ୟ ଏଠାରେ ଧଳା କୁମ୍ଭୀରଙ୍କ ସୌନ୍ଦର୍ଯ୍ୟ ଟିକେ ନିଆରା । ପରିବେଶବିତ୍‌ ଓ ପର୍ଯ୍ୟଟକମାନେ ଏହି ଧଳାକୁମ୍ଭୀର ଦେଖିବାକୁ ବିଭିନ୍ନ ଦେଶବିଦେଶରୁ ଏଠାକୁ ଆସିଥାନ୍ତି । ଭିତରକନିକାରେ ଶ୍ୱେତା ଧଳାକୁମ୍ଭୀର ଭାବେ ପ୍ରଥମ ନୁହେଁ, ପୂର୍ବରୁ ଗୋରୀ ଓ ମଲ୍ଲି ମଧ୍ୟ ଏଠାରେ ନିଜର ସୁନ୍ଦରତାରେ ସମସ୍ତଙ୍କୁ ବିମୋହିତ କରି ରଖିଛନ୍ତି । ୧୯୭୫ ମସିହାରେ ଆସିଥିବା ଗୋରୀକୁ ନେଇ ବେଶ୍‌ ଖୁସିଥିଲେ ପର୍ଯ୍ୟଟକ ଓ ବନ ବିଭାଗ । ଭବିଷ୍ୟତରେ ଶ୍ୱେତା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.