fbpx

୨୦୨୦ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଶ୍ୱେତପତ୍ର

AAKASH

ଭୁବନେଶ୍ୱର, ୨୬ା୩ (ଓଡିଶା ଭାସ୍କର): ୨୦୨୦ ବର୍ଷ ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ କରାଯାଇଛି । ୨୦୨୦ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା । ରାଜ୍ୟରେ ଛାତ୍ର ଅଶାନ୍ତି ଦେଖା ଦେଇନଥିଲା । ଏହି ବର୍ଷରେ ରୁଜୁ ହୋଇଥିବା ୫୧୪ଟି ଡକାୟତି ମାମଲା ମଧ୍ୟରୁ ୨୫୪ଟିରେ ପୋଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିବା ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି ।

ସେହିପରି ରାଜ୍ୟରେ ୯ ହଜାର ୮୧୭ଟି ଦୁର୍ଘଟଣା ଘଟିଥିବା ବେଳେ ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ନେଇ ରାଜ୍ୟକୁ ବଡ଼ଧରଣର ସଫଳତା ମିଳିଛି । ୧,୩୪୨୩୦ଟି ପଞ୍ଜୀକୃତ ଅପରାଧ ମାମଲା ମଧ୍ୟରୁ ୧,୧୦,୭୪୧ଟି ଆଇପିସିରେ ପଞ୍ଜୀକୃତ ହୋଇଛି । ଏହାଛଡ଼ା ୪ ହଜାର ୫୦୦ ସିନ୍ଧିଜୋରି ଓ ୨ ହଜାର ୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୨୦ ବର୍ଷରେ ବାତ୍ୟାକୁ ସରକାର ସଫଳତାର ସହ ମୁକାବିଲା କରିଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.