fbpx
BSKY SKY
BSKY SKY

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ତମ୍ବାଖୁ, ମଦ, ବାୟୁ ପ୍ରଦୂଷଣ କାରଣରୁ କ୍ୟାନସର ମାମଲା ୭୭ ପ୍ରତିଶତ ବୃଦ୍ଧି ପାଇବ

BSKY

ନୂଆଦିଲ୍ଲୀ: କ୍ୟାନସରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଆସିଛି ଏକ ଚିନ୍ତାଜନକ ଖବର । ଆଗାମୀ ଦିନରେ କ୍ୟାନସର ମାମଲା ବହୁମାତ୍ରାରେ ବୃଦ୍ଧି ପାଇବ । ଆସନ୍ତା ୨୦୫୦ ସୁଦ୍ଧା କ୍ୟାନସର ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩.୫ କୋଟିରେ ପହଞ୍ଚିଯିବ । ଏହି ସଂଖ୍ୟା ୨୦୨୨ ମସିହାର ମାମଲା ଠାରୁ ୭୭ ପ୍ରତିଶତ ଅଧିକ । ତମ୍ବାଖୁ, ମଦ, ମୋଟାପା ଓ ବାୟୁ ପ୍ରଦୂଷଣ କାରଣରୁ ଏଭଳି ସ୍ଥିତି ଉପଜିବ ବୋଲି ହୁ’ର ଅନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର (ଆଇଏଆରସି) ପକ୍ଷରୁ ଏଭଳି ରିପୋର୍ଟ ଜାରି କରାଯାଇଛି ।

ଅ।।ସନ୍ତା ୨୦୫୦ ମସିହା ସୁଦ୍ଧା ନୂଆ କ୍ୟାନସର ରୋଗୀ ସଂଖ୍ୟା ୩୫ ମିଲିୟନରୁ ଅଧିକ ହୋଇଯିବ ବୋଲି ହୁ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି । ଆଗାମୀ ୨୬ ବର୍ଷ ମଧ୍ୟରେ କ୍ୟାନସର ମାମଲାରେ ୭୭ ପ୍ରତିଶତ ବୃଦ୍ଧି ଘଟିବ । ଗତ ୨୦୨୨ ମସିହାରେ କ୍ୟାନସର ମୃତ୍ୟୁ ସଂଖ୍ୟା ୯.୭ ମିଲିୟନ ରହିଥିବା ବେଳେ ୨୦୫୦ ବେଳକୁ ୧୮.୫ ମିଲିୟନ ଲୋକଙ୍କର ମୃତ୍ୟୁ ଘଟିବ ବୋଲି ଅନୁମାନ କରାଯାଇଛି ।

ତେବେ ଅନୁମାନ କରାଯାଇଛି ଯେ, ଆଫିକା ମହାଦେଶରେ ୨୦୫୦ ବେଳକୁ ସବୁଠାରୁ ଅଧିକ କ୍ୟାନସର ମାମଲା ବୃଦ୍ଧି ହେବ । ସେଠାରେ ୨୦୨୨ରେ ୧.୨ ମିଲିୟନ ମାମଲା ରହିଥିବା ବେଳେ ଆଗାମୀ ଦିନରେ ତାହା ୧୪୦ ପ୍ରତିଶତ ବୃଦ୍ଧି ପାଇ ୨.୮ ମିଲିୟନରେ ପହଞ୍ଚିଯିବ । ସେହିପରି ଏସିଆ ମହାଦେଶରେ ୨୦୨୨ରେ ୯.୮ ମିଲିୟନ ମାମଲା ରହିଥିବା ବେଳେ ୨୦୫୦ ବେଳକୁ ତାହା ୭୭ ପ୍ରତିଶତ ବୃଦ୍ଧି ପାଇ ୧୭.୪ ମିଲିୟନରେ ପହଞ୍ଚିଯିବ । ସବୁଠାରୁ ବିକଶିତ ଦେଶମାନଙ୍କରେ ଏହି ମାମଲା ଅଧିକ ବଢ଼ିବାର ସମ୍ଭାବନା ରହିଛି । ୨୦୨୨ ତୁଳନାରେ ୨୦୫୦ ବେଳକୁ ୪.୮ ମିଲିୟନ ଅତିରିକ୍ତ ନୂଆ ମାମଲା ଦେଖିବାକୁ ମିଳିବ ବୋଲି ଭବିଷ୍ୟବାଣୀ କରାଯାଇଛି ।

Get real time updates directly on you device, subscribe now.