fbpx

ଜମ୍ମୁ କଶ୍ମୀର ବିଧାନସଭା ଭୋଟ କେଉଁମାନେ ଦେଇପାରିବେ: କ’ଣ ରହିଛି ନିୟମ, ଜାରି ହେଲା ଆଦେଶନାମା

Advertisement

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ସେଥିପାଇଁ ୧ ମାସ ମଧ୍ୟରେ ଭୋଟର ସୂଚୀ ପ୍ରକ୍ରିୟା ସମାପ୍ତ କରାଯିବାର ସମ୍ଭାବନା ରହିଛି । ଏହା ମଧ୍ୟରେ ଜମ୍ମୁର ଡେପୁଟି କମିସନର ଅବନି ଲଭସା ଭୋଟର ରେଜିଷ୍ଟ୍ରେସନ ପାଇଁ ନୂଆ ଆଦେଶ ଜାରି କରିଛନ୍ତି । ସେ ସମସ୍ତ ତହସିଲଦାରଙ୍କୁ ନୂଆ ଭୋଟର ରେଜିଷ୍ଟ୍ରେସନ ପାଇଁ ଏହି ଅର୍ଡର ଜାରି କରିଛନ୍ତି ।

ନିଜର ଆଦେଶନାମାରେ କମିସନର ଲଭସା କହିନ୍ତି, ଜମ୍ମୁ ଜିଲ୍ଲାରେ ଏକ ବର୍ଷରୁ ଅଧିକ ସମୟ ଧରି ରହିଆସୁଥିବା ଲୋକଙ୍କୁ ମତଦାତା ଭାବେ ରେଜିଷ୍ଟ୍ରେସନ ଭେରିଫାଏ କରାଯିବ । ଯଦି ବାହାରର କୌଣସି ବ୍ୟକ୍ତି ଏକ ବର୍ଷରୁ ଅଧିକ ସମୟ ଧରି ଜମ୍ମୁରେ ରହିଆସୁଛନ୍ତି, ତେବେ ତାଙ୍କୁ ଭୋଟ ଦେବାର ଅଧିକାର ମିଳିବ ।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଜାରି ନିୟମ ମୁତାବକ, ପାଣି/ ବିଜୁଳି/ ଗ୍ୟାସ ସଂଯୋଗ, ଆଧାରକାର୍ଡ, ରାଷ୍ଟ୍ରାୟତ୍ତ / ଅନୁସୂଚିତ ବ୍ୟାଙ୍କ / ଡାକଘର ପାସବୁକ, ଭାରତୀୟ ପାସପୋର୍ଟ, ରାଜସ୍ୱ ବିଭାଗର କିଷାନ ବହିଖାତା ସହିତ ଭୂମି ମାଲିକାନା ରେକର୍ଡ, ପଞ୍ଜିକୃତ ଭଡ଼ା/ଲିଜ୍ ଡିଡ, ନିଜ ଘରର ପଞ୍ଜୀକୃତ ଡିଡର ବ୍ୟବହାର କରି ଜଣେ ଭୋଟର ଭାବେ ପଞ୍ଜୀକୃତ ହୋଇପାରିବ । ଏହି ସମସ୍ତ ଡକ୍ୟୁମେଣ୍ଟ ମଧ୍ୟରୁ ଯେ କୌଣସି ଗୋଟିଏ ରେସିଡେଣ୍ଟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ ।

ତେବେ କମିସନର ଶ୍ରୀ ଲାଭସାଙ୍କ ଆଦେଶ ଜାରି ହେବା ପରେ ସେନେଇ ବିରୋଧାଭାସ ଜାରି ହୋଇଗଲାଣି । ମୋଦୀ ସରକାର ୨୫ ଲକ୍ଷ ଅଣ ସ୍ଥାନୀୟ ବାସିନ୍ଦଙ୍କୁ ଭୋଟର ଲିଷ୍ଟରରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ନ୍ୟାସନାଲ କନଫରେନ୍ସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.