fbpx

ଖୁବ ଶୀଘ୍ର ଏସ୍‌ବିଆଇ କଲ୍ ସେଣ୍ଟର ରୂପରେ ଆସୁଛି ପରିବର୍ତ୍ତନ ;ଜାଣନ୍ତୁ ନୂଆ ନିୟମ

ମୁମ୍ବାଇ: ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କମ୍ପାନୀ କଲ୍‌ ସେଣ୍ଟର ସ୍ଥାପନ କରିଥାନ୍ତି । ଭାରତର ଅଗ୍ରଣୀ ଜାତୀୟକରଣ ବ୍ୟାଙ୍କଭାବେ ମାନ୍ୟତା ପାଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ଖୁବଶୀଘ୍ର ନିଜର କଲ୍‌ ସେଣ୍ଟରଗୁଡିକର ରୂପରେଖ ପରିବର୍ତ୍ତନ କରିବାକୁ ଯାଉଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ ଖାରା ସୂଚନା ଦେଇଛନ୍ତି। ତଦନୁଯାୟୀ ୧୨ଟି ଭାଷାରେ ବ୍ୟାଙ୍କ କାରବାର ସମ୍ପର୍କିତ ୩୦ ପ୍ରକାର ସେବା ଯୋଗାଇବାକୁ ବର୍ତ୍ତମାନ କଲ୍ ସେଣ୍ଟରଗୁଡିକ ୨୪ ଘଣ୍ଟା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଏସ୍‌ଆଇ କଣ୍ଟାକ୍ଟ ସେଣ୍ଟରଗୁଡିକ ମାସିକ ଗ୍ରାହକଙ୍କ ନିକଟରୁ ଆସୁଥିବା ପ୍ରାୟ୧.୫ କୋଟି କଲ୍‌ର ଉତ୍ତର ଦେଉଛନ୍ତି। ଏଥୁମଧ୍ୟରୁ ୪୦ ପ୍ରତିଶତ କଲ୍‌ଗୁଡିକୁ ଆଇଭିଆର (ଇଣ୍ଟରଆକ୍ଟିଭ୍ ଭଏସ୍ ରେସ୍‌ପନ୍ସ) ଜରିଆରେ ସମାଧାନ
କରାଯାଉଥିବାବେଳେ ଅବଶିଷ୍ଟ ୬୦ ପ୍ରତିଶତ କଲ୍‌ଗୁଡିକୁ ୪ଟି ଟୋଲଫ୍ରି ହେଲପ୍ଲାଇନ ନମ୍ବର ଜରିଆରେ ୩୫୦୦ ଟେଲି-କଲର ପ୍ରତିନିଧ ଆଟେଣ୍ଡ କରୁଛନ୍ତି। ପରିବର୍ତ୍ତିତ ବ୍ୟବସ୍ଥାରେ ଏସ୍‌ବିଆଇ ଗ୍ରାହକମାନେ ନିଜର ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ, ଚେକ୍‌ବୁକ୍‌, ଜରୁରୀକାଳୀନ ସେବା (ଏଟିଏମ୍ କାର୍ଡ/ ଡିଜିଟାଲ ଚ୍ୟାନେଲ ବ୍ଲକିଙ୍ଗ୍)ସମେତ ୩୦ ପ୍ରକାର ସୁବିଧା ପାଇପାରିବେ ବୋଲି କୁହାଯାଇଛି ।

ସୂଚନାମୁତାବକ ବର୍ତ୍ତମାନ, ଯୋଗାଯୋଗ କେନ୍ଦ୍ର ମାସିକ ୧.୫ ମିଲିୟନ୍ କଲ୍ ପରିଚାଳନା ହେଉଛି , ଯେଉଁଥିରେ ୪୦ ପ୍ରତିଶତ ଆଇଭିଆର୍ ଏବଂ ପ୍ରାୟ ୩୫୦୦ ଟେଲି କଲର୍ କର୍ମଚାରୀଙ୍କ ଦ୍ୱାରା ଚାରୋଟି ଟୋଲ୍ ଫ୍ରି ହେଲ୍ପଲାଇନ ଲାଇନ ମାଧ୍ୟମରେ କାର୍ଯ୍ୟ କରାଯାଉଛି ।

Get real time updates directly on you device, subscribe now.