fbpx
BSKY
BJD MC SKY
BJD YOUTH SKY

‘କେମ୍ ଛୋ ମଜା ମା’… ‘ହୁ’ ମୁଖ୍ୟଙ୍କ ଭିଡିଓ ହେଉଛି ଭାଇରାଲ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟ ଜାମନଗରରେ ‘ହୁ’ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ‘ହୁ’ ମୁଖ୍ୟ ଟେଡ୍ରୋସ ଅଧନମ ଘେବ୍ରେୟସ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ମଧ୍ୟ ଉପସ୍ଥିତ ରହିଥିଲେ ।
ଭାରତ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଭାଗୀତାରେ ଗୁଜରାଟ ଜାମନଗରରେ ଆୟୁର୍ବେଦିକ କେନ୍ଦ୍ର ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହୁ’ ମୁଖ୍ୟ ଗୁଜରାଟରେ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ(ଜିସିଟିଏ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଟେଡ୍ରୋସ ତିନିଦିନିଆ ଗସ୍ତରେ ଭାରତ ଆସିଛନ୍ତି ।
ଏହି ଅବସରରେ ଘେବ୍ରେୟସ ନିଜ ଭାଷଣ ଆରମ୍ଭରେ ନମସ୍କାର କରିଥିଲେ ଏବଂ ପରେ ଗୁଜରାତୀରେ କେମ ଛୋ ମଜାମା ପଚାରି ଲୋକଙ୍କ ହୃଦୟ ମଧ୍ୟ ଜିତିଥିଲେ । ତାଙ୍କୁ ଗୁଜରାଟୀ କହିବା ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ତାଳି ମାରି ତାଙ୍କ ଭାଷଣର ସ୍ୱାଗତ କରିଥିଲେ, ଉପସ୍ଥିତ ଥିବା ଲୋକମାନେ ମଧ୍ୟ ତାଳି ମାରି ତାଙ୍କ ଭାଷଣର ସ୍ୱାଗତ କରିଥିଲେ । ଯାହାର ଭିଡିଓ ଏବେ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି ।

ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଘେବ୍ରେୟସ କହିଥିଲେ ଯେ ଭାରତ ସହ ମୋର ବିଶେଷ ସମ୍ପର୍କ ଅଛି । ମୁଁ ଭାରତରୁ ପାରମ୍ପରିକ ଔଷଧ ବିଷୟରେ ଶିଖିଛି । ଏଥିପାଇଁ ମୁଁ ଭାରତୀୟ ଶିକ୍ଷକଙ୍କ କୃତଜ୍ଞ । ସେ ଆହୁରି କହିଥିଲେ ଯେ ପାରମ୍ପରିକ ଚିକିତ୍ସା କୁ ମଜବୁତ କରିବା ପାଇଁ ବିଞ୍ଜାନ ଶକ୍ତିର ବ୍ୟବହାର କରିବା ଦ୍ୱାରା ସହାୟକ ହେବ । ଏହି ମହତ୍ୱପୂର୍ଣ୍ଣ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି ।

Get real time updates directly on you device, subscribe now.