fbpx

ପ୍ରଧାନମନ୍ତ୍ରୀ ମୋଦୀ ବଡ ନା ବିଜେପି ବଡ? ଏହି ପ୍ରଶ୍ନ ଉପରେ ଏପରି ମତ ରଖିଲେ ସୁଷମା ସ୍ୱରାଜଙ୍କ ତନୟା ବାଂସୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ବିଜେପିକୁ ବୁଝାଏ । ବିଜେପି ପଦ୍ମ ଚିହ୍ନରେ ନିର୍ବାଚନ ଲଢୁଛି ଓ ମୋଦୀଜୀ ହେଉଛନ୍ତି ନିଜେ ପଦ୍ମଫୁଲ । ନୂଆଦିଲ୍ଲୀ ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ବାଂସୁରୀ ସ୍ୱରାଜ ମୋଦୀଙ୍କ ବିଷୟରେ ଏପରି କହିଛନ୍ତି । ଯେତେବେଳେ ଏକ ସାକ୍ଷାତକାରରେ ବାଂସୁରୀଙ୍କୁ ପଚରାଯାଇଛି କି ‘ମୋଦୀ ବଡ କି ବିଜେପି ବଡ ?’ ସେତେବେଳେ ସେ ଏହିପରି ଉତ୍ତର ରଖିଛନ୍ତି । ବାଂସୁରୀଙ୍କ ଏହି ପ୍ରତିକ୍ରିୟା ପରେ ତାଙ୍କର ବୁଦ୍ଧିମତ୍ତାକୁ ନେଇ ଏବେ ବେଶ୍ ପ୍ରଶଂସା କରାଯାଉଛି ।

ସୁପ୍ରିମକୋର୍ଟରେ ଓକିଲ ଥିବା ବାଂସୁରୀ କହିଛନ୍ତି ସେ ଏଭଳି ଏକ ପ୍ରଶ୍ନରେ ଘବରାଇ ଯାଇଥିଲେ । ସେ କହିଛନ୍ତି ସୁପ୍ରିମକୋର୍ଟରେ ଫୁଲ ବେଞ୍ଚରେ ସମସ୍ତଙ୍କ ସାମ୍ନାରେ ନିଜର ଯୁକ୍ତି ଉପସ୍ଥାପନ କରିବା ଠାରୁ ଏହି ପ୍ରଶ୍ନ ତାଙ୍କ ପାଇଁ ଜଟିଳ ଥିଲା । ଏହା ସହିତ ଏକ ଖୋଲା ମଞ୍ଚରେ ସେ ନିଜ ନାମ ବାଂସୁରୀ ରଖାଯିବାର କାରଣ ବି କହିଥିଲେ । ସେ କହିଥିଲେ ମା’ ମୋ ନାମ ଭଗବାନ ଶ୍ରୀକୃଷ୍ଣଙ୍କ ସବୁଠାରୁ ପ୍ରିୟ ଜିନିଷ ଅନୁଯାୟୀ ରଖିଥିଲେ ।

Get real time updates directly on you device, subscribe now.