fbpx

ଆମେରିକା ଗୁଇନ୍ଦା ସଂସ୍ଥାର ନୂଆ ବୈଷୟିକ ମୁଖ୍ୟ: ଦିଲ୍ଲୀରେ କରିଛନ୍ତି ପାଠପଢା ସମ୍ପୂର୍ଣ୍ଣ

Advertisement

ନୂଆଦିଲ୍ଲୀ: ଆମେରିକୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ପକ୍ଷରୁ ଏହାର ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ କରାଯାଇଛି । ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନୀଙ୍କୁ ସିଆଇଏର ପ୍ରଥମ ସିଟିଓ ଭାବରରେ ନିଯୁକ୍ତ କରାଯାଇଛି । ଆଇଟି ପ୍ରଫେସନାଲ ଭାବରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନନ୍ଦଙ୍କୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହାର ପ୍ରଥମ ସିଟିଓ ନିଯୁକ୍ତ କରାଯାଇଛି । ସିଲିକନ୍ ଭ୍ୟାଲିରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନନ୍ଦ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ ବୋଲି ସିଆଇଏ କହିଛି ।

ସିଆଇଏରେ ସାମିଲ ହେବା ପୂର୍ବରୁ ମୁଲଚନ୍ଦାନୀ ପ୍ରତିରକ୍ଷା ବିଭାଗର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେଣ୍ଟରର ସିଟିଓ ଏବଂ ନିର୍ଦ୍ଦେଶକ ରହିଥିଲେ ।ଏହା ସହିତ ସେ ଏକାଧିକ ସଫଳ ଷ୍ଟାର୍ଟଅପ୍ ଉଦ୍ୟୋଗକୁ ମଧ୍ୟ ତିଆରି କରିଛନ୍ତି । ମୁଲଚନ୍ଦାନୀଙ୍କ ଦ୍ୱାରା ନିର୍ମିତ ଓବ୍ଲିକ୍ସ(ଓରାକଲ ଅଧିଗ୍ରହଣ), ଡିଟରମିନା(ବିଏମୱେୟର ଅଧିଗ୍ରହଣ), ଓପନ ଡିଏନଏସ୍ (ସିସକୋ ଅଧିଗ୍ରହଣ) ଏବଂ ସ୍କେଲ ଏକ୍ସଟ୍ରିମ୍ ଯାହାଏକ ସାଇଟ୍ରିକ୍ସ ଅଧକୃତ କମ୍ପାନୀକୁ ପ୍ରତିଷ୍ଠା କରିଛନ୍ତି ମୁଲଚନ୍ଦାନୀ ।

ସିଆଇଏ ପକ୍ଷରୁ ଟ୍ୱିଟ୍ କରାଯାଇ ମୁଲଚନ୍ଦାନୀଙ୍କ ନିଯୁକ୍ତି ସ୍ପଷ୍ଟ କରାଯାଇଛି । ସିଆଇଏ ମୁଖ୍ୟ ୱିଲିୟମ୍ ଜେ ବାର୍ନସଙ୍କ ପକ୍ଷରୁ ଏହି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସିଲିକନ୍ ଭ୍ୟାଲି ଏବଂ ପ୍ରତିରକ୍ଷା ବିଭାଗରେ କାମ କରିଥିବା ମୁଲଚନ୍ଦାନୀ ନିଜର ଶିକ୍ଷା ଦିଲ୍ଲୀର କର୍ଣ୍ଣେଲ ସ୍କୁଲରୁ ନିଜର ଶିକ୍ଷା ସମାପ୍ତ କରିଛନ୍ତି ।

Get real time updates directly on you device, subscribe now.