fbpx

ମଣିପୁୁରରେ ମହିଳାଙ୍କୁ ଯୌନ ଉତ୍ପୀଡନ ଘଟଣା, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ

Advertisement

ଇମ୍ଫାଲ: ମଣିପୁରରେ କୁକି ସଂପ୍ରଦାୟର ଦୁଇ ମହିଳାଙ୍କୁ ନଗ୍ନ ଅବସ୍ଥାରେ ବୁଲାଇବା ଓ ସେମାନଙ୍କ ସହ ଯୌନ ଉତ୍ପୀଡନ କରିବାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ସାରା ଦେଶରେ ବିଦ୍ରୋହର ସ୍ୱର ଉଠିଛି । ଏହାରି ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ଏବେ ମୁଖ୍ୟ ଅଭିଯୁକ୍ତର ପ୍ରଥମ ଫଟୋ ସାମ୍ନାକୁ ଆସିଯାଇଛି । ଏହି ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଦୁଇ ହାତରେ ଟାଣୁ ଥିବା ଦେଖାଯାଉଛି । ଭାଇରାଲ୍ ଭିଡିଓରେ ଅଭିଯୁକ୍ତ ସବୁଜ ରଙ୍ଗର ଟି ସାର୍ଟ ପିନ୍ଧିଛି ।

ମହିଳାଙ୍କୁ ଧରି ଜୋର ଜବରଦସ୍ତ ନେଇଯାଉଥିବା ଏହି ବ୍ୟକ୍ତିର ନାମ ହୁଇରେମ୍ ହୀରୋଦାସ ମୈତେଇ । ହୀରୋଦାସର ବୟସ ୩୨ ବର୍ଷ । ପ୍ରାୟ ଏକ ହଜାର ଲୋକଙ୍କ ଭିଡ ଭିତରୁ ସେ ମହିଳାଙ୍କୁ ଜବରଦସ୍ତ ଟାଣି ଟାଣି ନେଇଯାଉଥିବାର ଦେଖାଯାଉଛି । ଭାଇରାଲ୍ ଭିଡିଓର ଯାଞ୍ଚ ହେବା ପରେ ହୀରୋଦାସଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ମଣିପୁର ପୋଲିସ ତାଙ୍କୁ ଥୌବଲ ଜିଲ୍ଲାରୁ ଗିରଫ କରିଛି । ଅଭିଯୁକ୍ତର ଘର ପେଚି ଉବାଙ୍ଗ ଲିକାଇ ଗ୍ରାମରେ ବୋଲି ଜଣାପଡିଛି ।

ମଣିପୁର ପୋଲିସର କହିବା ଅନୁସାରେ ମେ ମାସ ୪ ତାରିଖରେ କୁକି ମହିଳାଙ୍କ ସହିତ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ୨୦ ଜୁଲାଇ ରାତି ସୁଦ୍ଧା ସମସ୍ତଙ୍କୁ ଗିରଫ କରାଯିବ । ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଲଜ୍ଜାଜନକ ଘଟଣାର ଗଭୀର ଯାଞ୍ଚ କରାଯାଉଛି ଓ ସମସ୍ତ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ନେଇ ମଧ୍ୟ ବିଚାର କରାଯାଇପାରେ ।

Get real time updates directly on you device, subscribe now.