fbpx

ତିର୍ତ୍ତୋଲର ୧୮ ଓ ବାଲେଶ୍ୱରର ୨୧ ରାଉଣ୍ଡ ଭୋଟଗଣତି ଶେଷ, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ୍?

ତିର୍ତ୍ତୋଲ,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୨୭,୬୬୫ଭୋଟରେ ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୬୦୮୮୯ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୩,୨୨୪ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୧୫,୩୨୫ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ବିଜେଡି ଆଗୁଆ ରହିଛି । ୨୧ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୬,୨୮୬ ଭୋଟରେ ଆଗୁଆ ରହିଛି । ୨୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୬୭,୭୧୯, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୬୧,୪୩୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୪,୦୨୭ ଭୋଟ୍ ମିଳିଛି ।

Get real time updates directly on you device, subscribe now.