fbpx

ନବ ଦାସଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର? କିଏ ସେହି ପରଦା ପଛର ନାୟକ, କିଏ କହୁଛି ସତ, ବିଜେଡି ନା ବିଜେପି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧୦ ଦିନ ବିତିଗଲାଣି । ସ୍ୱାସ୍ଥ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ଗୋପାଳଙ୍କୁ ଚାକିରିରୁ ବହିସ୍କୃତ କରାଯିବା ସହିତ ରିମାଣ୍ଡରେ ଆଣି ହତ୍ୟା ପଛର ରହସ୍ୟ ଜାଣିବା ନେଇ ପଚରାଉଚରା କରାଯାଉଛି ।

ତେବେ ନବ ରାଜ୍ୟର ଜଣେ ପ୍ରଭାବଶାଳୀ ରାଜନେତା ହୋଇଥିବା ବେଳେ ତାଙ୍କର ଅଚାନକ ହତ୍ୟାକୁ ନେଇ ରାଜନୈତିକ ମହଲ ଏବେ ବି ସରଗରମ ରହିଛି । ବିରୋଧୀ ବିଜେପି, କଂଗ୍ରେସ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଦୋଷ ଦେବା ସହିତ ଏସଆଇଟି ଓ ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ଏହା ମଧ୍ୟରେ ନବଙ୍କ ହତ୍ୟାକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳଙ୍କୁ ଜଣେ ବ୍ୟକ୍ତି ଉସୁକାଉଥିଲେ, ଏହି ଚର୍ଚ୍ଚା ଏବେ ସର୍ବସାଧାରଣରେ ଦେଖିବାକୁ ମିଳୁଛି ।

ତେବେ ନବଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି, ଏହା କେତେଦୂର ସତ୍ୟ ତାହା ଆଗାମୀ ଦିନରେ ତଦନ୍ତରୁ ସ୍ପଷ୍ଟ ହୋଇଯିବ । ମାତ୍ର ହତ୍ୟା ପଛରେ ରହିଥିବା ଏହି ନେତା ଜଣଙ୍କ କିଏ ତାହାକୁ ନେଇ ଏବ ଚାରିଆଡ଼େ ବେଶି ଚର୍ଚ୍ଚା ହେଉଛି । ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ବିରୋଧୀ ଦଳର ଜଣେ ନେତାଙ୍କର ହାତ ରହିଥିବା ବିଜେଡିର ଜଣେ ନେତା ଖୋଲାଖୋଲି ଅଭିଯୋଗ କରିଛନ୍ତି । ନବଙ୍କ ହତ୍ୟା ଏକ ସାଧାରଣ ହତ୍ୟା ନୁହେଁ, ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ନବଙ୍କ ହତ୍ୟା ପଛରେ ବିଜେଡିର ଜଣେ ଉପକୂବର୍ତ୍ତୀ ଅଞ୍ଚଳର ନେତାଙ୍କ ହାତ ଥିବା ନେଇ ଖୋଲାଖୋଲି ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି ବିଜେପିର ଜଣେ ନେତା । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, କିଏ କହୁଛି ସତ? ବିଜେପି ନା କଂଗ୍ରେସ? ଆଗାମୀ ଦିନରେ ସତ ପଦାକୁ ଆସିବ ବୋଲି ଓଡ଼ିଶାବାସୀ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.