fbpx
BSKY
BJD YOUTH SKY
BJD MS SKY

ରେଲୱେ ଓ ଡାକ ବିଭାଗରେ ୪୨ ହଜାରରୁ ଅଧିକ ପଦବୀରେ ସିଧାସଳଖ ନିଯୁକ୍ତି: ଦଶମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ରେଲୱେ ଏବଂ ପୋଷ୍ଟ ଅଫିସ ଯଥା ଡାକ ବିଭାଗର ଅନେକ ପଦବୀରେ ନିଯୁକ୍ତି ବାହାରିଛି । ଉତ୍ତର ପଶ୍ଚିମ ରେଲୱେ ପ୍ରାୟ ୨୦୦୦ ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଏଥି ସହିତ ଭାରତୀୟ ଡାକ ବିଭାଗ ୪୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଦଶମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଏହି ପୋଷ୍ଟଗୁଡିକରେ ଚାକିରି ପାଇବା ପାଇଁ ଏକ ଖାସ୍ ସୁଯୋଗ ଅଛି । ଆସନ୍ତୁ ଜାଣିବା ଏହାର ଡିଟେଲ୍ସ…

Railway Recruitment 2023: ଉତ୍ତର ପଶ୍ଚିମ ରେଳବାଇ ବୈଦ୍ୟୁତିକ, କାପରେଟର, ଫିଟର, ୱେଲଡର, ମୋକନିକାଲ, ପେଣ୍ଟର ସମେତ ବିଭିନ୍ନ ଟ୍ରେଡସରେ ୨ ହଜାରରୁ ଅଧିକ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ମାଗିଛିି । ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ଆରଆରସି ଜୟପୁରର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଶୀଘ୍ର ଅନଲାଇନରେ ଆବେଦନ କରିପାରିବେ ।

ଯୋଗ୍ୟ ପ୍ରାର୍ଥୀମାନେ ୧୦ ଫେବୃଆରୀ ୨୦୨୩ ସୁଦ୍ଧା ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିପାରିବେ । ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ଦଶମ (ମାଟ୍ରିକ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ, ସମ୍ପୃକ୍ତ ଟ୍ରେଡସରେ ଆଇଟିଆଇ ପାସ୍ ସାର୍ଟିଫିକେଟ୍ କୋର୍ସ କରିଥିବା ଉଚିତ୍ । ବୟସ ସୀମା ବିଷୟରେ କହିବାକୁ ଗଲେ, ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧ ଜାନୁୟାରୀ ୨୦୨୩ ସୁଦ୍ଧା ସର୍ବନିମ୍ନ ୧୫ ବର୍ଷ ଓ ସର୍ବାଧିକ ୨୪ ବର୍ଷ ହେବା ଉଚିତ୍ ।

India Post GDS Recruitment 2023: ଭାରତୀୟ ଡାକ ବିଭାଗରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ୍), ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ଏବିପିଏମ୍) ପଦବୀରେ ମୋଟ ୪୦,୮୮୯ ପଦବୀ ପୂରଣ ହେବ । ଅନଲାଇନ୍ ଆବେଦନଗୁଡିକ ୨୭ ଜାନୁଆରୀରୁ ଆରମ୍ଭ ହୋଇଛି ଏବଂ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୩ ରହିଛି । ଫି ଦାଖଲ ପାଇଁ ଶେଷ ତାରିଖ ମଧ୍ୟ ଫେବୃଆରୀ ୧୬ ହୋଇଥିବାବେଳେ ଆବେଦନରେ ସଂଶୋଧନ ପାଇଁ ଲିଙ୍କ୍ ଫେବୃଆରୀ ୧୭ ରୁ ୧୯ ମଧ୍ୟରେ ଲାଇଭ୍ ହେବ ।

ଇଣ୍ଡିଆ ପୋଷ୍ଟ ଜିଡିଏସ ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଗଣିତ ଏବଂ ଇଂରାଜୀ ବିଷୟରେ ଜ୍ଞାନ ଥିିବା ଆବଶ୍ୟକ । ଏହା ବ୍ୟତୀତ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

Get real time updates directly on you device, subscribe now.