fbpx
BSKY SKY
BSKY SKY

LIC ADO Recruitment:LIC ADO ମେନ୍ ପରୀକ୍ଷା ସ୍ଥଗିତ, ଯାଞ୍ଚ କରନ୍ତୁ ନୂତନ କାର୍ଯ୍ୟସୂଚୀ;ଶୀଘ୍ର କରିନିଅନ୍ତୁ ଆବେଦନ

BSKY

ନୂଆଦିଲ୍ଲୀ :ଜୀବନ ବୀମା ନିଗମ ଅଫ୍ ଇଣ୍ଡିଆ (LIC) ଆଜି ଆପ୍ରେଣ୍ଟିସ୍ ଡେଭଲପମେଣ୍ଟ ଅଫିସର (ADO) ନିଯୁକ୍ତି ପରୀକ୍ଷା ୨୦୨୩ କୁ ସ୍ଥଗିତ ରଖିଛି ।ଏହି ପରୀକ୍ଷା ଏପ୍ରିଲ ୮ ରେ ଅନୁଷ୍ଠିତ ହେବାର ଥିଲା ଯାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍- licindia.in ରେ ନୋଟିସ୍ ଯାଞ୍ଚ କରିପାରିବେ । LIC ADO ପରୀକ୍ଷା ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ। ଏହି ପଦବୀ ପାଇଁ ଆବେଦନ ଚାଲିଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୦ ।

ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ, ଏଡିଓ ର ୯,୩୯୪ ପୋଷ୍ଟ ପୂରଣ ହେବ । ଏହି ନିଯୁକ୍ତି ପାଇଁ ପ୍ରାଥମିକ ଲିଖିତ ପରୀକ୍ଷା ମାର୍ଚ୍ଚ ୧୨ ରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୪, ୨୦୨୩ ରେ ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଚୟନ ପ୍ରକ୍ରିୟା :
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଅନଲାଇନ୍ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।

ଆବେଦନ ଶୁଳ୍କ:
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ। ପ୍ରାର୍ଥୀଙ୍କୁ ଫି ହିସାବରେ ୭୫୦ ଟଙ୍କା ଦେବାକୁ ପଡିବ । ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ଫି ୧୦୦ ଟଙ୍କା ଥିବାବେଳେ ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, କ୍ୟାସ୍ କାର୍ଡ / ମୋବାଇଲ୍ ୱାଲେଟ୍ ଇତ୍ୟାଦି ବ୍ୟବହାର କରି ଆବେଦନ ଶୁଳ୍କ ଦେଇପାରିବେ ।

ପ୍ରମୁଖ ତାରିଖ :
ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ତାରିଖ: ଜାନୁୟାରୀ ୨୧, ୨୦୨୩
ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ: ଫେବୃଆରୀ ୧୦, ୨୦୨୩
ଆଡମିଟ୍ କାର୍ଡ ପ୍ରଦାନ ତାରିଖ: ମାର୍ଚ୍ଚ ୪, ୨୦୨୩
ପ୍ରାଥମିକ ପରୀକ୍ଷା ତାରିଖ: ମାର୍ଚ୍ଚ ୧୨, ୨୦୨୩
ମୁଖ୍ୟ ପରୀକ୍ଷା ତାରିଖ: ଏପ୍ରିଲ ୨୩, ୨୦୨୩

Get real time updates directly on you device, subscribe now.