fbpx

ଭାରତରେ ୩୦ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ମ୍ୟାଲେରିଆ ଟିକାକୁ ଲିଷ୍ଟରେ ସାମିଲ କଲା WHO

ନୂଆଦିଲ୍ଲୀ: ମ୍ୟାଲେରିଆ ଏପରି ଏକ ରୋଗ ଯାହା ପ୍ରାୟ ପ୍ରତ୍ୟେକ ବିକାଶଶୀଳ ଦେଶରେ ବିପଦ ସୃଷ୍ଟି କରିଥାଏ । ସମ୍ପ୍ରତି ବୈଜ୍ଞାନିକମାନେ ମ୍ୟାଲେରିଆ ପାଇଁ ଏକ ନୂଆ ଟିକା ତିଆରି କରିଛନ୍ତି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁର କରାଯାଇଛି ଏବଂ ଟିକା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

ୱାଲ୍ଡ ଚେଞ୍ଜର ଭାବେ ବିବେଚନା କରାଯାଉଥିବା ଏହି ଟିକାକୁ ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ତିଆରି କାରାଯାଇଛି ଏବଂ ଏହି ଟିକା ଡବ୍ଳୁଏଚଓର ୭୫ ଲକ୍ଷ୍ୟକୁ ପୂର୍ଣ୍ଣ ସଫଳତା ସହ ପାସ୍ କରିଛି । ଏହି ଟିକାର ନାମ R21/Matrix-M ରଖାଯାଇଛି ଓ ଏହା ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ହୋଇଛି । ଘାନା ହେଉଛି ପ୍ରଥମ ଦେଶ ଯେଉଁଠାରେ ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ ଏହି ଟିକାକୁ ୫-୩୬ ମାସ ବୟସର ପିଲାମାନଙ୍କ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି । ଯଦି ଦେଖାଯାଏ, ଏହି ବୟସର ଅଧିକାଂଶ ପିଲା ମ୍ୟାଲେରିଆ ଭଳି ରୋଗର ଶିକାର ହୁଅନ୍ତି ।

ସେରମ୍ ପ୍ରତିଷ୍ଠାନ ଦ୍ୱିତୀୟ ମ୍ୟାଲେରିଆ ଟିକା ତିଆରି କଲା :-

R21/Matrix-M ହେଉଛି ଦ୍ୱିତୀୟ ମ୍ୟାଲେରିଆ ଟିକା ଯାହା ଡବ୍ଳୁଏଚଓ ଦ୍ୱାରା ପ୍ରିକ୍ୱାଲିଫାଇଡ ଲିଷ୍ଟରେ ସାମିଲ କରାଯାଇଛି । ଏହା ପୂର୍ବରୁ ଆସିଥିବା ଟିକାକୁ ମଞ୍ଜୁରୀ ମିଳିଥିଲା । ଏହି ଟିକା ଆସିବା ପରେ ଡାକ୍ତରୀ ସମ୍ପ୍ରଦାୟ ଆଶା ପ୍ରକଟ କରିଛନ୍ତି ଯେ ଏହାର କମ୍ ମୂଲ୍ୟ ଏବଂ ସହଜ ମିଳିବା କାରଣରୁ ଏହି ଟିକା ଅଧିକରୁ ଅଧିକ ପିଲାଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାରେ ତଥା ସେମାନଙ୍କୁ ସୁରକ୍ଷା ଦେବାରେ ସଫଳ ହେବ ।

Get real time updates directly on you device, subscribe now.