fbpx

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଟିମରୁ ଶିଖର ଧୱନଙ୍କୁ ବାହାର କରିବା ପାଇଁ କିଏ ନେଲେ ନିଷ୍ପତ୍ତି?: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୨୦୨୨ରେ ପୁଣି ଗର୍ଜିଛି ଶିଖର ଧୱନଙ୍କ ବ୍ୟାଟ । କିନ୍ତୁ ଖୋଲିଲାନି ଭାଗ୍ୟ । ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରେ ସ୍ଥାନ ପାଇ ପାରିଲେ ନି ଗବର । ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଶିଖର ଧୱନଙ୍କୁ ଅଣ ଦେଖା କରାଯାଇଛି । କିଛି ଦିନ ତଳେ ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କ ନେତୃତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ଦଳରେ ମଧ୍ୟ ନାହାନ୍ତି । ଯାହାକୁ ନେଇ ପୁଣି ଥରେ ଆଲୋଚକଙ୍କ ଟାର୍ଗେଟରେ ବିସିସିଆଇ । ତେବେ ରେ ଏତେ ସୁନ୍ଦର ପ୍ରଦର୍ଶନ ପରେ ବି କାହିଁକି ଦଳରୁ ବାଦ ପଡିଲେ ଶିଖର ଧୱନ?

ଏ ପ୍ରଶ୍ନ ଉଠିବା ପରେ ଏବେ କୁହାଯାଉଛି ଯେ, ଏହା ପଛରେ ଭାରତୀୟ ଟିମର ହେଡ କୋଚ ରାହୁଲ ଦ୍ରାବିଡଙ୍କ ହାତ ରହିଛି । ଟିମ ଘୋଷଣା ପୂର୍ବରୁ ଦଳରେ ଶିଖର ଧୱନଙ୍କୁ ସ୍ଥାନ ମିଳି ନଥିବା କଥା କହିଥିଲେ ଦ୍ରାବିଡ । ଟି-୨୦ରେ କିଛି ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଚାହୁଁଛି ବିସିସିଆଇ । ତେଣୁ ରାହୁଲ ଦ୍ରାବିଡ ଏହି କଡା ନିଷ୍ପତ୍ତି ନେଇଥିଲେ, ଯାହାକୁ ମାନିବା ପାଇଁ ବାଧ୍ୟ ହେଲୁ ବୋଲି କହିଛନ୍ତି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ।

ଗତ ୭ଟି ସିଜନରୁ ଶିଖର ଧୱନ ଲଗାତାର ଭାବେ ରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି । ଚଳିତ ସିଜନରେ ୧୪ ମ୍ୟାଚରୁ ୪୬୦ ରନ କରିଛନ୍ତି ଗବର । ସାଉଥ ଆଫ୍ରିକା ବିପକ୍ଷ ସିରିଜରେ ସ୍ଥାନ ନ ମିଳିବାର ଅର୍ଥ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ମଧ୍ୟ ସେ ଦଳରେ ସ୍ଥାନ ପାଇ ନ ପାରନ୍ତି ।

Get real time updates directly on you device, subscribe now.