fbpx

ପଲିଥିନ୍ ବ୍ୟବହାରକାରୀମାନେ ହୁଅନ୍ତୁ ସାବଧାନ୍! ନଚେତ୍ ମାଡିପାରେ କରୋନା

ଯଦି ଆପଣ ବି ପଲିଥିନରେ ଫଳ ବା ପନିପରିବା ଆଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ପଲିଥିନ୍ ମାଧ୍ୟମରେ କରୋନା ଭାଇରସ୍ ଆପଣଙ୍କ ଘରେ ପହଞ୍ଚିବାର ସମ୍ଭାବନା ରହିଛି । ଡାକ୍ତରମାନଙ୍କ କହିବା ମୁତାବକ, ପଲିଥିନରେ କରୋନା ଭାଇରସ୍ ଅଧିକ ସମୟ ପର୍ଯ୍ୟନ୍ତ ସକ୍ରିିୟ ରହିଥାନ୍ତି ।

ରାଜକୀୟ ଦୁନ ମେଡିକାଲ କଲେଜର ଡାକ୍ତର କୁମାର ଜି କଲ କହିଛନ୍ତି ଯେ, ପଲିଥିନରେ କରୋନା ଭାଇରସ୍ ୭୨ ଘଣ୍ଟା ସକ୍ରିୟ ରହିପାରେ । ଏହା ସହ ପବନରେ ୩ ଘଣ୍ଟା, ତମ୍ବାରେ ୪ ଘଣ୍ଟା ଓ କାର୍ଡ ବୋର୍ଡରେ ୨୪ ଘଣ୍ଟା ସକ୍ରିୟ ରହିପାରେ କରୋନା । ସେହିପରି ଏହି ଭାଇରସ୍ ଷ୍ଟିଲରେ ମଧ୍ୟ ୭୨ ଘଣ୍ଟା ରହିପାରେ ।

ତେବେ କରୋନା ସଙ୍କଟ ସମୟରେ ପଲିଥିନ୍ ବ୍ୟବହାର ବିପଜ୍ଜନକ ହୋଇପାରେ । ତେଣୁ ଫଳ ବା ପନିପରିବା କିଣିବା ପାଇଁ ଘରୁ ବ୍ୟାଗ ନେବାକୁ ଚେଷ୍ଟା କରନ୍ତୁ । ଏହା ବ୍ୟତିତ ଏଥିରୁ ରକ୍ଷା ପାଇବା ପାଇଁ ଆପଣ ନିଜ ଗଳିକୁ ବିକ୍ରି କରିବାକୁ ଆସୁଥିବା ବିକ୍ରେତାଙ୍କଠାରୁ କିଣନ୍ତୁ । ଫଳ, ପନିପରିବା, କ୍ଷୀର ଇତ୍ୟାଦି ଜିନିଷକୁ ସିଧାସଳଖ ଫ୍ରିଜରେ ରଖନ୍ତୁ ନାହିଁ, ବରଂ କିଛି ସମୟ ପାଇଁ ଏହାକୁ ଅଲଗା ରଖନ୍ତୁ । ବ୍ୟବହାର ପୂର୍ବରୁ ପନିପରିବାକୁ ଭଲଭାବରେ ଗରମପାଣିରେ ଧୋଇଦିଅନ୍ତୁ ।

Get real time updates directly on you device, subscribe now.