ଦ୍ୱାପର ଯୁଗରେ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହୋଇଥିଲା । ସେହି ସମୟରେ ସେଠାରେ ଯାହା କିଛି ହୋଇଥିଲା, ତାହାକୁ ଜଣେ ମଣିଷ ସମ୍ପୂର୍ଣ୍ଣ ଦେଖିଥିଲେ । ତାଙ୍କ ନାଁ ହେଉଛି-ସଞ୍ଜୟ । ସଞ୍ଚୟ ହାସ୍ତିନାପୁର ରାଜା ଧୃତରାଷ୍ଟ୍ରର ରାଜ୍ୟସଭାରେ ଜଣେ ସମ୍ମାନିତ ସଦସ୍ୟ ଥିଲେ ଏବଂ ତାଙ୍କୁ ଧୃତରାଷ୍ଟ୍ରର ସାରଥୀ ଭାବରେ ବିବେଚନା କରାଯାଉଥିଲା । ସେ ମହର୍ଷି ବ୍ୟାସଙ୍କଠାରୁ ଶିକ୍ଷାପ୍ରାପ୍ତ କରିଥିଲେ । ତାଙ୍କ ପିତାଙ୍କ ନାଁ ଗାୱଲ୍ୟଗଣ ଥିବା ବେଳେ ସେ ସୁତଙ୍କ ପୁତ୍ର ଥିଲେ । ସଞ୍ଜୟ ବିନମ୍ର ଓ ଧାର୍ମିକ ସ୍ୱାଭବର ଥିଲେ ଓ ସଚ୍ଚୋଟତା ପାଇଁ ବେଶ ପ୍ରସିଦ୍ଧ ।
ଯେତେବେଳେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ମହାଯୁଦ୍ଧ ଘୋଷଣା ହେଲା, ସେତେବେଳେ ମହର୍ଷି ବେଦବ୍ୟାସ ରାଜାଧୃତରାଷ୍ଟ୍ରଙ୍କ ସଭାକୁ ଆସିଥିଲେ । ଧୃତରାଷ୍ଟ୍ର ଅନ୍ଧ ଥିଲେ ମଧ୍ୟ ସେ ଯୁଦ୍ଧର ସମ୍ପୂର୍ଣ୍ଣ କାହାଣୀ ଜାଣିବାକୁ ଚାହୁଁଥିଲେ । ସେହି ସମୟରେ ମହର୍ଷି ବେଦବ୍ୟାସ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ଦେଇଥିଲେ, ଯେହାଫଳରେ ସେ କୁରୁକ୍ଷେତ୍ରରେ ଘଟଣାର ପ୍ରତ୍ୟେକ ମୁହୂର୍ତ୍ତ ଦେଖିବା ସହ ରାଜା ଧୃତରାଷ୍ଟ୍ରଙ୍କ ନିକଟରେ ବର୍ଣ୍ଣନା କରୁଥିଲେ । ସେ ଯୁଦ୍ଧ ଆରମ୍ଭରୁ କୌରବ-ପାଣ୍ଡବଙ୍କ ସୈନ୍ୟନ୍ୟବାହିନୀର ଭୟଙ୍କର ବିନାଶ ପର୍ଯ୍ୟନ୍ତ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ ।
ଭଗବାନ କୃଷ୍ଣଙ୍କର ବିରାଟ ରୂପ ମଧ୍ୟ ଦେଖିଲେ :-
ଅର୍ଜୁନଙ୍କ ବ୍ୟତୀତ ସଞ୍ଜୟ ହିଁ ଏକମାତ୍ର ବ୍ୟକ୍ତି, ଯିଏ କି ନିଜ ଆଖିରେ କୁରୁକ୍ଷେତ୍ରରେ ଭଗବାନ କୃଷ୍ଣଙ୍କ ବିରାଟ ରୂପ ଦେଖିଥିଲେ । ଗ୍ରନ୍ଥଗୁଡ଼ିକରେ ଏହା ବର୍ଣ୍ଣନା କରାଯାଇଛି ଯେ, ସେହି ଦିନ ସମଗ୍ର ବିଶ୍ୱରେ କେବଳ ଦୁଇଜଣ ବ୍ୟକ୍ତି ଶ୍ରୀ ହରିଙ୍କ ମୁଖରୁ ଗୀତାଙ୍କ ଉପଦେଶ ଶୁଣିଥିଲେ । ସେମାନଙ୍କ ମଧ୍ୟରୁ ଜଣେ- ଅର୍ଜୁନ, ଯାହାଙ୍କୁ ଶ୍ରୀକୃଷ୍ଣ ନିଜେ ପ୍ରବଚନ ଶୁଣାଇଥିଲେ ଓ ଅନ୍ୟଜଣେ ହେଉଛନ୍ତି ସଞ୍ଜୟ, ଯିଏ ଦିବ୍ୟ ଦୃଷ୍ଟି ଫଳରେ ଦୁହିଁଙ୍କ ସଂଳାପ ଶୁଣିଥିଲେ ।
ସଞ୍ଜୟ ଜାଣିଥିଲେ କି, ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ । ସେ ଯେଉଁଠାରେ ଅଛନ୍ତି, ବିଜୟ ସେଠାରେ ହିଁ ହେବ । ଏଥିପାଇଁ ଯୁଦ୍ଧ ଆରମ୍ଭରୁ ହିଁ ପାଣ୍ଡବଙ୍କ ବିଜୟ ଘୋଷଣା କରିଥିଲେ ସଞ୍ଜୟ । ମହାଭାରତ ଯୁଦ୍ଧ ପରେ ରାଜା ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଦେଖିଥିଲେ ସଞ୍ଜୟ । କିଛି ବର୍ଷ ପରେ ସେ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କ ସହ ସନ୍ନ୍ୟାସ ନେଇ ଜଙ୍ଗଲକୁ ଯାଇଥିଲେ । ସେଠାରେ ଦିନେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ଧୃତରାଷ୍ଟ୍ର ଓ ରାଜମାତାଙ୍କ ସହ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।