fbpx

କିଏ ସେହି ବ୍ୟକ୍ତି ଯିଏ ସ୍ୱାଧୀନ ଭାରତରେ ଦେଇଥିଲେ ପ୍ରଥମ ଭୋଟ୍‌, ବଞ୍ଚିଥିଲେ ୧୦୬ ବର୍ଷ

ନୂଆଦିଲ୍ଲୀ:ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜାରି ରହିଛି । ପାହାଡି ରାଜ୍ୟ ହିମାଚଳପ୍ରଦେଶରେ ପ୍ରାୟ ୫୫ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ଅଧା ଭୋଟର ମହିଳା ଅଟନ୍ତି । ଏପରି ସ୍ଥିତିରେ ହିମାଚଳରେ ନିର୍ବାଚନରେ ମହିଳା ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଦେଶରେ ପ୍ରଥମେ ୧୯୫୨ ମସିହାରେ ଲୋକସଭା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ସର୍ବପ୍ରଥମେ ଶ୍ୟାମ ଶରଣ ନେଗୀ ଭୋଟ ଦେଇଥିଲେ । ସେ ଦେଶର ପ୍ରଥମ ଭୋଟର ଭାବରେ ବିବେଚିତ । ମିଳିଥିବା ସୂଚନା ଅନୁସାରେ ୧୨ ଫେବୃୟାରୀ ୧୯୫୨ରେ ଯେତେବେଳେ ପ୍ରଥମ ଥର ଲୋକସଭା ନିର୍ବାଚନ ହୋଇଥିଲା ସେତେବେଳେ ମାଷ୍ଟର ଶ୍ୟାମ ଶରଣ ନେଗୀ ୬ ମାସ ପୂର୍ବରୁ ହିଁ ନିଜ ଭୋଟ୍ କାଷ୍ଟ କରିଥିଲେ । କାରଣ ଥଣ୍ଡା ଋତୁ ଆରମ୍ଭ ହୋଇଯିବାର ଥିଲା ଓ ଭୀଷଣ ବରଫପାତ ହେବାର ଆଶଙ୍କା ଥିଲା । ଏହି କାରଣରୁ ଜନଜାତି ଅଞ୍ଚଳରେ ୪ ମାସ ପୂର୍ବରୁ ଅକ୍ଟୋବର ୨୫, ୧୯୫୧ରେ ମତଦାନ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ସେ ସମୟରେ ୨୧ ବର୍ଷ ପୂରଣ କରିଥିବା ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ମିଳୁଥିଲା । ଏବେ ଶ୍ୟାମ ଶରଣ ନେଗୀ ଆଉ ଏ ଦୁନିଆରେ ନାହାନ୍ତି ।

ଶ୍ୟାମ ଶରଣ ୧ଜୁଲାଇ ୧୯୧୭ରେ କିନୌର ଜିଲ୍ଲା କଳ୍ପାରେ ଜନ୍ମଗ୍ରହଣ କରିଥିଲେ । ନେଗୀ ନିଜ ଜୀବନକାଳ ମଧ୍ୟରେ ୩୪ ଥର ଭୋଟ ଦେଇଛନ୍ତି । ୧୦୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିଥିବା ନେଗୀଙ୍କ ଲାଗି ସବୁ ନିର୍ବାଚନରେ ରେଡ୍ କାର୍ପେଟ୍ ବିଛା ଯାଉଥିଲା ଓ ନିର୍ବାଚନ ଅଧିକାରୀ ନିଜେ ଯାଇ ତାଙ୍କୁ ଘରୁ ସସମ୍ମାନେ ଭୋଟ ଦେବା ପାଇଁ ନେଇ କରି ଆସୁଥିଲେ ।

Get real time updates directly on you device, subscribe now.