fbpx
BJD SKY
BJD SKY

ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ହାଇକୋର୍ଟ

BJD

ଓଡ଼ିଶା ଭାସ୍କର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି। ଏଥର ନିର୍ବାଚନ ଲଢ଼ିବା ନେଇ ଦିଲ୍ଲୀପଙ୍କ ବାଟ ଫିଟିଲା। କାରଣ ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲା ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ରହିତାଦେଶ ନେଇ ଖବର ସରବରାହ PTI ସୂତ୍ରରୁ ସୂଚନା ମିଳିଛି । ତେବେ ଦିଲ୍ଲୀପ ଏଥର ପୁଣିଥରେ ରାଉରକେଲାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ କୋର୍ଟଙ୍କ ଆଶ୍ୱସ୍ତି ଦିଲ୍ଲୀପଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

ସୂଚନା ଥାଉକି, ୨୦୨୦ ମସିହାରେ ଦିଲ୍ଲୀପଙ୍କୁ କୋଇଲା ଦୁର୍ନୀତି ମାମଲାରେ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ । ଏଥିରେ ଦିଲ୍ଲୀପଙ୍କୁ କୋର୍ଟ ପକ୍ଷରୁ ୩ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏହାପରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ ।

Get real time updates directly on you device, subscribe now.