fbpx

(Video)ବିଜେପିରେ ଯୋଗ ଦେବା ପରେ କଙ୍ଗନା କିଣିଲେ ୨.୪କୋଟି ମୂଲ୍ୟର କାର୍‌, ଭିଡିଓ ହେଉଛି ଭାଇରାଲ୍‌

ଓଡ଼ିଶା ଭାସ୍କର:ଅଭିନେତ୍ରୀ କଙ୍ଗନା ରାଣାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜେପିରେ ଯୋଗ ଦେଇଥିବା କଙ୍ଗନା ହିମାଚଳପ୍ରଦେଶ ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏବେ କଙ୍ଗନା ୨.୪କୋଟି ମୂଲ୍ୟର ଏକ ଆକର୍ଷଣୀୟ କାର୍ କିଣିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କଙ୍ଗନାଙ୍କୁ ମୁମ୍ବାଇର ଏକ ସେଲୁନରୁ ବାହାରୁଥିବା ସମୟରେ ସ୍ପଟ୍ କରାଯାଇଛି । ପାପାରାଜିଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା କଙ୍ଗନାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ସେ ଏକ ନୂଆ କାର୍‌ରେ ବସୁଥିବାର ନଜର ଆସୁଛନ୍ତି ।

 

View this post on Instagram

 

A post shared by yogen shah (@yogenshah_s)

କଙ୍ଗନା ସେଲୁନରୁ ବାହାରି ଯେଉଁ କାର୍‌ରେ ବସୁଛନ୍ତି ତାହା ତାଙ୍କ ନୂଆ କାର୍ । କଙ୍ଗନାଙ୍କ ଏହି ନୂଆ କାର୍ ହେଉଛି ମର୍ସିଡିଜ୍ ମେବାକ୍ ଜିଏଲ୍‌ଏସ୍ । ଏହା କଙ୍ଗନାଙ୍କ ଦ୍ୱିତୀୟ ମେବାକ୍ କାର୍ । ତାଙ୍କ ପାଖରେ ପୂର୍ବରୁ ଏକ ମର୍ସିଡିଜ୍ ମେବାକ୍ ଏସ୍‌୬୮୦ ରହିଛି ।
ରିପୋର୍ଟରୁ ଏହା ଜଣାପଡିଛି କି କଙ୍ଗନାଙ୍କ ନୂଆ କାର୍‌ର ମୂଲ୍ୟ ୨.୪୩ କୋଟି ଟଙ୍କା । ତାଙ୍କ ପୂର୍ବ ମେବାକ୍ କାର୍‌ର ମୂଲ୍ୟ ୩.୬କୋଟି ଥିଲା ।

Get real time updates directly on you device, subscribe now.