fbpx
BJD SKY
BJD SKY

ପିରିୟ୍ଡ଼ସରେ ହେଉଛି କି ଅଧିକ ଯନ୍ତ୍ରଣା ? ତେବେ ଏହାକୁ ଖାଆନ୍ତୁ, ମିଳିବ ଆରାମ

BJD

ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ । ଏହି ସମୟରେ ମହିଳାମାନଙ୍କର ମୁଡ୍ ସୁଇଙ୍ଗ ମଧ୍ୟ ଦେଖିବାକୁ ମିଳେ । ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ଦେଉଥିବା କିଛି ଖାଦ୍ୟ ଏବଂ ଉପାୟ ଉପରେ ଆସନ୍ତୁ ନଜର ପକାଇବା ।

ଋତୁସ୍ରାବ ସମୟରେ ଡ଼ାର୍କ ଚକୋଲେଟ ଖାଇବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତି ପାଇହୁଏ । ଅଦା ରସକୁ ଆପଣ ଟିକିଏ ଉଷୁମ ପାଣିରେ ମିଶାଇ ପିଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ପିନଟ ବଟର ମଧ୍ୟ ଋତୁସ୍ରାବ ଯନ୍ତ୍ରଣାକୁ ଲାଘବ କରିବାରେ ସହାୟକ ହୋଇଥାଏ । ଡ଼ାଲଚିନି ଶରୀର ପାଇଁ ବୋହୁତ ଲାଭ ଦାୟକ, ଚା କିମ୍ବା ଉଷୁମ ପାଣିରେ ଏହାକୁ ପକାଇ ପିଇବା ଦ୍ୱାରା ଯନ୍ତ୍ରଣା କମିଥାଏ । ସବୁଜ ପନିପରିବା ଏହି ସମୟରେ ପ୍ରଚୁର ପରିମାଣରେ ଖଆନ୍ତୁ । ଏହାଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ । ମାଛରେ ପ୍ରଚୁର ପରିମାଣର ଓମେଗା-୩ କଣ୍ଟେଣ୍ଟ ରହିଥାଏ । ତେବେ ଋତୁସ୍ରାବ ସମୟରେ ଏହା ଶରୀରକୁ ପ୍ରୋଟିନ ଯୋଗାଇଥାଏ । ଦହି ଖାଇବା ଦ୍ୱାରା ଋତୁସ୍ରାବ ସମୟରେ ତଳିପେଟରେ ହେଉଥିବା ଯନ୍ତ୍ରଣା କମିଥାଏ ।

ଏହାସହିତ ଏହି ସମୟରେ ଅଦା ଚା’ କିମ୍ବା ଚମେଲି ଚା ପିଇବା ଦ୍ୱାରା ତୁରନ୍ତ ଆରାମ ଲାଗିଥାଏ । ଶରୀରରୁ ରକ୍ତ କମ ହେବା ପରେ ଲଢିବାକୁ କ୍ଷମତା ଦେଇଥାଏ ଏହି ଚା’ । ସେହିପରି ଋତୁସ୍ରାବ ସମୟରେ ଏଲୋବେରା ଜୁସ୍, ଭଣ୍ଡା ଜୁସ୍ ଆଦି ସେବନ କରନ୍ତୁ । ଏହାଦ୍ୱାରା ପେଟ ବ୍ୟଥା ସମସ୍ୟା ଦୂର ହୋଇଯିବ । ଭିଟାମିନ୍ ବି, ସି, ଇ ଆଦି ସପ୍ଲିମେଣ୍ଟ ନେବା ଦ୍ୱାରା ଯନ୍ତ୍ରଣା କମ ହୋଇଥାଏ ସତ କିନ୍ତୁ ସବୁଜ ପନିପରିବା ସେବନ ଜବରଦସ୍ତ ଫାଇଦା ହୋଇଥାଏ । ଋତୁସ୍ରାବ ସମୟରେ ଗରମ ପାଣିରେ ଗାଧାନ୍ତୁ କିମ୍ବା ପେଟରେ ଗରମ ପାଣିର ଥଳି ରଖି ଶୁଅନ୍ତୁ । ଏହାଦ୍ୱାରା ଆରାମ ଅନୁଭବ ହେବ ।

Get real time updates directly on you device, subscribe now.